ETV Bharat / state

ଗଜାନନ ବେଶରେ ଶ୍ରୀବଳଦେବଜୀଉ - Devasnana

କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କର ସ୍ନାନ ପୂର୍ଣ୍ଣିମା ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଛି । ମହାସ୍ନାନ ପରେ ମହାପ୍ରଭୁ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Jun 17, 2019, 4:35 PM IST

କେନ୍ଦୁଝର: ହାତୀ ବେଶରେ ଦର୍ଶନ ଦେଲେ ଶ୍ରୀବଳଦେବଜୀଉ । ସ୍ନାନବେଦୀରେ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି । ସ୍ନାନ ପୂର୍ଣ୍ଣିମାରେ 108 କଳସ ସୁବାସିତ ଜଳରେ ମହାସ୍ନାନ କଲେ ମହାପ୍ରଭୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କର ସ୍ନାନ ପୂର୍ଣ୍ଣିମା ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଛି । ଆଜି (ସୋମବାର) ସକାଳୁ ଶ୍ରୀଜୀଉମାନଙ୍କର ବିଭିନ୍ନ ପୂଜାର୍ଚ୍ଚନା ପରେ ବଡଦେଉଳରୁ ସ୍ନାନମଣ୍ଡପକୁ ଗୋଟି ପହଣ୍ଡିରେ ବିଜେ କରାଯାଇଛି । ପରେ ସେଠାରେ ୧୦୮ କଳସ ସୁବାସିତ ଜଳ ରେ ଶ୍ରୀଜୀଉମାନଙ୍କୁ ମହାସ୍ନାନ କରାଯାଇଛି ।

ମହାସ୍ନାନ ପରେ ଚକାଭିଡା ହୋଇ ଶ୍ରୀଜୀଉମାନଙ୍କୁ ଗଜାନନ ବେଶ କରାଯାଇଛି । ତେବେ କେନ୍ଦୁଝର ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ବିଶେଷତ୍ଵ ରହିଛି । ଶ୍ରୀଜୀଉଙ୍କୁ ଅଁଳା ଓ ତୁଳସୀ ପତ୍ରରେ ଶ୍ରୀଜୀଉମାନଙ୍କୁ ହାତୀବେଶରେ ସଜ୍ଜିତ କରାଯାଏ । ଏହି ବେଶରେ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ସେପଟେ ସର୍ବ ପୁରାତନ ପୀଠ ସିଦ୍ଧ ମଠ ଠାରେ ଥିବା ସିଦ୍ଧ ଜଗନ୍ନାଥଙ୍କର ମଧ୍ୟ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଛି । ଏଠାରେ କେବଳ ପ୍ରଭୁ ଜଗନ୍ନାଥଙ୍କର ସ୍ନାନ କରାଯାଏ । ବଡ ଧୁମଧାମ୍‌ରେ ଏଠାରେ ସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ହାତୀ ବେଶରେ ଦର୍ଶନ ଦେଲେ ଶ୍ରୀବଳଦେଵଜିଉBody:
ଆଙ୍କର-ସ୍ନାନବେଦୀରେ ବିଜେ କଲେ ଚତୁର୍ଦ୍ଧା ମୁରତି । କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କର ସ୍ନାନ ପୂର୍ଣ୍ଣିମା ରୀତିନୀତି ଅନୁସାରେ ଅନିଷ୍ଠିତ ହୋଇଛି । ଆଜି ସକାଳୁ ଶ୍ରୀଜୀଉମାନଙ୍କର ବିଭିନ୍ନ ପୂଜାର୍ଚ୍ଚନା ପରେ ବଡ଼ଦେଉଳରୁ ସ୍ନାନମଣ୍ଡପକୁ ଗୋଟି ପହଣ୍ଡିରେ ବିଜେ କରାଯାଇଥିଲା . ପରେ ସେଠାରେ ୧୦୮ କଳସ ସୁବାସିତ ଜଳ ରେ ଶ୍ରୀଜୀଉମାନଙ୍କୁ ମହାସ୍ନାନ କରାଯାଇଥିଲା . ପରେ ଚକାଭିଡ଼ା ହୋଇ ଶ୍ରୀଜୀଉମାନଙ୍କୁ ଗଜାନନ ବେଶ କରା ଯାଇଥିଲା. ତେବେ କେନ୍ଦୁଝର ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ବିଶେଷତ୍ଵ ରହିଛି, ଶ୍ରୀଜୀଉମାନଙ୍କୁ ଅଁଳା ଓ ତୁଳସୀ ପତ୍ରରେ ଶ୍ରୀଜୀଉମାନଙ୍କୁ ହାତୀବେଶରେ ସଜ୍ଜିତ କରାଯାଏ.ଏହି ବେଶରେ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି . ଏହାପରେ ଶ୍ରୀଜୀଉମାନେ ଅଣସର ଘରେ ଅବସ୍ଥାନ କରିବେ । ଭକ୍ତ ମାନେ ଚର୍ତୁଧା ମୂର୍ତ୍ତି ଙ୍କ ହାତୀ ବେଶ ଦେଖିବାକୁ ଭିଡ଼ ଜମାଇଛନ୍ତି । ଆଜିର ଏହି ସ୍ନାନ ପୂର୍ଣ୍ଣିମାକୁ ସୁଚାରୁ ରୁପେ ସମ୍ପାଦନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରଯାଇଥିଲା।

ବାଇଟ-୧-ପ୍ରସନ୍ନ କୁମାର ନନ୍ଦ( ରାଜ ପୁରୋହିତ)

ବାଇଟ-୨-ଶରତ ଚନ୍ଦ୍ର ଦାସ(ଭକ୍ତ)

ବାଇଟ-୩-ସୋମନାଥ ପ୍ରଧାନ(ଉପଜିଲ୍ଲାପାଳ)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.