କେନ୍ଦୁଝର: ରବିବାର କେନ୍ଦୁଝର ସହର ଉପକଣ୍ଠରେ ବେଆଇନ ନିର୍ମିତ ଦୋକାନ ଗୁଡିକୁ ଭାଙ୍ଗିଛି ପ୍ରଶାସନ । ସହର ମଧ୍ୟରେ ଥିବା ବିଜୁ ପଟ୍ଟନାୟକ ଛକ ନିକଟରେ ଗଢି ଉଠିଥିବା ବେଆଇନ ଦୋକାନ ଗୁଡିକୁ ପୌରପାଳିକା ପକ୍ଷରୁ ଭଙ୍ଗାଯାଇଛି ।
ଏହି ଦୋକାନ ଘର ଗୁଡିକ ସରକାରୀ ଜମି ଉପରେ ବେଆଇନ ଭାବେ ନିର୍ମାଣ ହୋଇଥିବା ପୌରପାଳିକା ପକ୍ଷରୁ ଜଣାପଡ଼ିଛି । ଏହି ବେଆଇନ ନିର୍ମାଣକୁ ନେଇ ପ୍ରଶାସନ ପକ୍ଷରୁ ନୋଟିସ ଦିଆଯାଇଥିଲା ।
ଏହି ବେଆଇନ ଘର ଭାଙ୍ଗିଲା ବେଳକୁ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ପୌରପାଳିକା ଓ ପୋଲିସ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଏଭଳି ପୌରପାଳିକାରେ ଥିବା ବେଆଇନ ନିର୍ମାଣ ଉପରେ ପୌରପାଳିକା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ