ETV Bharat / state

ଉପଯୁକ୍ତ ଥଇଥାନ ପ୍ୟାକେଜ ଦାବି କଲେ କାନପୁର ବିସ୍ଥାପିତ - କାନପୁର ନଦୀବନ୍ଧ ଯୋଜନା

କେନ୍ଦୁଝର କାନପୁର ନଦୀବନ୍ଧ ଯୋଜନାରେ ବିସ୍ଥାପିତ ବାସିନ୍ଦାଙ୍କ ପକ୍ଷରୁ ଉପଯୁକ୍ତ ଥଇଥାନ ପ୍ୟାକେଜ ଦାବି । ଅଧିକ ପଢନ୍ତୁ...

ଉପଯୁକ୍ତ ଥଇଥାନ ପ୍ୟାକେଜ ଦାବି କଲେ କାନପୁର ବିସ୍ଥାପିତ

author img

By

Published : Jan 19, 2021, 6:45 PM IST

କେନ୍ଦୁଝର: କାନପୁର ବିସ୍ଥାପିତଙ୍କୁ ଯଥାଶୀଘ୍ର ଥଇଥାନ ନେଇ ଉଠିଲା ଦାବି । କେନ୍ଦୁଝର କାନପୁର ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହୋଇଥିବା ବାସିନ୍ଦାଙ୍କ ପକ୍ଷରୁ ଉପଯୁକ୍ତ ଥଇଥାନ ପ୍ୟାକେଜ ଦାବି କରାଯାଇଛି । ଯଥାଶୀଘ୍ର ଦାବି ପୂରଣ ନ କରାଗଲେ ଭିଟାମାଟି ଛାଡିବେ ନାହିଁ ବୋଲି ଏହି ବିସ୍ଥାପିତମାନେ ଚେତାବନୀ ଦେଇଛନ୍ତି ।

ଉପଯୁକ୍ତ ଥଇଥାନ ପ୍ୟାକେଜ ଦାବି କଲେ କାନପୁର ବିସ୍ଥାପିତ

ଅନ୍ୟପଟେ କାନପୁର ନଦୀବନ୍ଧ ଯୋଜନା ଶେଷ ନହେବା ପଛରେ ସରକାରଙ୍କ 2006 ମସିହା ଆରଆର ପଲିସିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସରକାର ସଠିକ ନିୟମ ପାଳନ କରୁନଥିବାରୁ କାମ ଶେଷ ହୋଇପାରିଲା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ବିସ୍ଥାପିତଙ୍କ ସହ ମିଶି ଆନ୍ଦୋଳନ କରିବା ନେଇ ନିରଞ୍ଜନ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.