କେନ୍ଦୁଝର: ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚଙ୍କ ସାନଭାଇଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ପ୍ରଥମେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗଡ଼ବାନ୍ଧଗଡ଼ା ପଞ୍ଚାୟତର ସରପଞ୍ଚଙ୍କ ଭାଇଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଛି ।
ଅଭିଯୋଗ ଅନୁଯାୟୀ, ଆଜି ଗଡ଼ବାନ୍ଧୋଗଡ଼ା ସରପଞ୍ଚ ଶଶିକାନ୍ତ ଜେନାଙ୍କ ସାନଭାଇ ଧୀରେନ ଜେନା ଅଳତୀସ୍ଥିତ ବ୍ୟାଙ୍କରୁ କାମସାରି ଘରକୁ ଫେରିବା ସମୟରେ ଭଣ୍ଡାରିପଡ଼ା ରାସ୍ତା ନିକଟରେ କିଛି ଯୁବକ ତାଙ୍କୁ କାରରେ ଧକ୍କା ଦେଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଅତ୍ୟଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବାବେଳେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଇଟିଭି ଭାରତ, ଆନନ୍ଦପୁର