ETV Bharat / state

ଦାଦନ ଖଟିବାକୁ ଯାଇ ନିଖୋଜ ନାବାଳକ, ଖୋଜୁଛି ପ୍ରଶାସନ - ନିଖୋଜ ନାବାଳକ

ପରିବାର ଦୁଃଖ ଦୂର କରିବାକୁ ଯାଇ ଫଶିଗଲେ ନାବାଳକ । ଘରକୁ ଫେରିଲେ 4 ଜଣ ନାବାଳକ ଆଉ ରହିଗଲେ 3 ଜଣ । ଏହେଉଛି କେନ୍ଦୁଝର ପାଟଣା ଥାନା ଟଭାସରୁଆ ଗାଁର ଘଟଣା । ଗାଁର କିଛି ନାବାଳକ ଦଲାଲଙ୍କ ସହାୟତାରେ ଦିଲ୍ଲୀ ଦାଦନ ଖଟିବାକୁ ଯାଇଥିଲେ । ହେଲେ ନିର୍ଯାତନା ସହି ନପାରି ଫେରିଆସିଲେ । ହେଲେ ରହିଗଲେ ଆହୁରି ତିନି ।

ଫଟୋ ସୌଜନ୍ୟ: ସମ୍ବାଦଦାତା,କେନ୍ଦୁଝର
author img

By

Published : Aug 23, 2019, 6:34 AM IST

କେନ୍ଦୁଝର: ପରିବାର ପୋଷିବାକୁ ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ଯାଇଥିଲେ କେନ୍ଦୁଝର ପାଟଣା ଥାନା ଟଭାସରୁଆ ଗାଁର କିଛି ଜଣ ନାବାଳକ । ଦୁଇ ଦଲାଲଙ୍କ ସହାୟତାରେ ଦିଲ୍ଲୀ ଏକ ଆଇସକ୍ରିମ ଫ୍ୟାକ୍ଟ୍ରିରେ କାମ କରୁଥିଲେ ଏମାନେ । ହେଲେ ଅସହ୍ୟ ହେଲା ନିର୍ଯାତନା, ତେଣୁ 4 ଜଣ କୌଶଳ କ୍ରମେ ଖସିଆସିଲେ ଗାଁକୁ । ହେଲେ ରହିଗଲେ ଆହୁରି 3 ଜଣେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କେନ୍ଦୁଝର

ପ୍ରକାଶ ଯେ, ଏହି ନାବାଳକମାନେ କାମକୁ ଯିବାର ଚାରି ମାସ ବିତିଗଲା । ହେଲେ ସେମାନଙ୍କ ପକ୍ଷରୁ କିଛି ଟଙ୍କା କି ଖବର ମିଳିଲା ନାହିଁ । ଚାରି ମାସ ପରେ ପୁଅ ଫୋନ ଯୋଗେ ସେଠାରେ ନିର୍ଯାତନା ଦିଆ ଯାଉଥିବା କହିଥିଲା । ଖାଇବାକୁ କି ରହିବାକୁ କିଛି ବ୍ୟବସ୍ଥା କରାଯାଇନଥିବା ମଧ୍ୟ ସୂଚନା ଦେଇଥିଲେ । କିନ୍ତୁ ତା ପର ଠାରୁ ଫୋନ ଯୋଗେ କୌଣସି ଯୋଗାଯୋଗ ହେଇ ପାରୁନଥିଲା ବୋଲି କୁହନ୍ତି ଫେରିଥିବା ନାବାଳକଙ୍କ ପରିବାର।

ଏନେଇ ପାଟଣା ଥାନାରେ ଏତଲା ମଧ୍ୟ ଦେଇଥିଲେ ଏହି ଚାରିଜଣଙ୍କ ପରିବାର ଲୋକେ । ଏତଲା ପରେ ଚାରି ଜଣଙ୍କୁ ନେଇ ଯାଇଥିବା ଦଲାଲ ମାନେ ମଧ୍ୟ ଗାଁରୁ ଫେରାର ହୋଇଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ଗୋଟିଏ ପଟେ ଘରକୁ ଫେରିବା ପରେ 4 ଜଣଙ୍କ ପରିବାର ଖୁସିରେ ଫାଟିପଡୁଥିବା ବେଳେ ଅନ୍ୟପଟେ ନିଖୋଜ ଥିବା ନାବାଳକଙ୍କ ପରିବାର ପୁଅକୁ ଝୁରୁଛି । ସେମାନଙ୍କୁ ଆଣିବାକୁ ପ୍ରଶାସନ ପ୍ରୟାସ ଜାରି ରଖିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର,ଇଟିଭି ଭାରତ

Intro:ସ୍ଲଗ- ଦାଦନ ଖଟିବାକୁ ଯାଇ ଚାରି ଜଣରୁ ତିନି ଫେରିଲେ, ପ୍ରଶାସନ ପକ୍ଷରୁ ଅନ୍ୟ ଙ୍କୁ ଆଣିବାକୁ ପ୍ରୟାସ ଜାରିBody:
ଆଙ୍କର- ଦାଦନ ଖଟିବାକୁ ଯାଇ ନିର୍ଯ୍ୟାତନା ର ଶିକାର ହୋଇ ଘରକୁ ଫେରି ଆସିଛନ୍ତି । ପରିବାର ଲୋକେ ତାଙ୍କ ପୁଅ ଫେରି ଆସିବା ପରେ ଖୁସି ବ୍ୟକ୍ତ କରିଛନ୍ତି । ଆହୁରି ତିନି ଜଣ ଦିଲ୍ଲୀରେ ଅଛନ୍ତି । ସେମାନଙ୍କୁ ଆଣିବାକୁ ପ୍ରଶାସନ ପ୍ରୟାସ ଜାରି ରଖିଛି । ପ୍ରକାଶ ଯେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଟଭାସରୁଆ ଗ୍ରାମର ଚାରି ଜଣ ନାବାଳକ ଗ୍ରାମର ଦୁଇ ଦଲାଲ ଙ୍କ ସହାୟତା ରେ ଦିଲ୍ଲୀ ଏକ ଆଇସକ୍ରିମ ଫ୍ୟାକ୍ଟ୍ରି ରେ କାମ କରିବାକୁ ଯାଇଥିଲେ । କାମକୁ ଯିବାର ଚାରି ମାସ ବିତିଗଲା । ପୁଅ ପକ୍ଷରୁ କିଛି ଟଙ୍କା କି ଖବର ମିଳିଲା ନାହିଁ । ଚାରି ମାସ ପରେ ପୁଅ ଫୋନ ଯୋଗେ ସେଠାରେ ନିର୍ଯ୍ୟାତନା ଦିଆ ଯାଉଥିବା କହିଥିଲା । ଖାଇବାକୁ କି ରହିବାକୁ କିଛି ବ୍ୟବସ୍ଥା କରାଯାଇନଥିବା ମଧ୍ୟ ସୂଚନା ଦେଇଥିଲେ । କିନ୍ତୁ ତା ପର ଠାରୁ ଫୋନ ଯୋଗେ କୋୖଣସି ଯୋଗାଯୋଗ ହେଇ ପାରୁନଥିଲା ।ପରିବାର ଲୋକେ ଏବେ ଆଶଙ୍କା ରେ ଥିଲେ ଚାରି ଜଣ କିପରି ଘରକୁ ଫେରିବେ ବୋଲି । ଏନେଇ ପାଟଣା ଥାନା ରେ ମଧ୍ୟ ଏତଲା ଦେଇଥିଲେ ଏହି ଚାରିଜଣଙ୍କ ପରିବାର ଲୋକେ । ଏତଲା ପରେ ଚାରି ଜଣଙ୍କୁ ନେଇ ଯାଇଥିବା ଦଲାଲ ମାନେ ମଧ୍ୟ ଗାଁ ରୁ ଫେରାର ହୋଇଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ ।

ବାଇଟ-୧-ରାଜା ମହାରଣା (ଦାଦନ ରୁ ଫେରିଥିବା ଯୁବକ)

ବାଇଟ-୨-ଖଇର ନାଏକ( ନିଖୋଜ ଯୁବକର ମା)

ବାଇଟ-୪-ଅଜୟ ପ୍ରଧାନ( ଜିଲ୍ଲା ଶ୍ରମ ଅଧିକାରୀ)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.