ETV Bharat / state

‘ଯୁବ ପିଢି ଫିଟ୍‌ ରହିଲେ ଦେଶ ଫିଟ୍ ରହିବ’ - ସୁଭାଷ ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀ

ନେତାଜୀ ସୁଭାଷ ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀରେ କେନ୍ଦୁଝରରେ ଆୟୋଜନ ହୋଇଛି ସାଇକେଲ ରାଲି । ଯୁବପିଢ଼ି ଫିଟ ରହିଲେ ଦେଶ ଫିଟ ରହିବ ଏହି ଉଦ୍ଦେଶ୍ୟରେ ଆୟୋଜନ ହୋଇଛି ରାଲି ।

ନେତାଜୀଙ୍କ ଜୟନ୍ତୀ ଅବସରରେ କେନ୍ଦୁଝରରେ ସାଇକେଲ ରାଲି

author img

By

Published : Jan 23, 2021, 12:35 PM IST

କେନ୍ଦୁଝର:ନେତାଜୀ ସୁଭାଷ ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀରେ କେନ୍ଦୁଝର ୧୪ ଏନସିସି ଓଡିଶା ବାଟାଲିୟନ ପାଳନ କରାଯାଇଛି । ଏହି ଅବସରରେ ସକାଳୁ ସ୍ଥାନୀୟ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରୁ ଏକ ସାଇକେଲ ରାଲିର ଆୟୋଜନ କରାଯାଇଥିଲା ।

ନେତାଜୀଙ୍କ ଜୟନ୍ତୀ ଅବସରରେ କେନ୍ଦୁଝରରେ ସାଇକେଲ ରାଲି

ଉକ୍ତ ସାଇକେଲ ରାଲିରେ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ସହ ବିଭିନ୍ନ ବିଦ୍ୟାଳୟର ଏନସିସି କ୍ୟାଡଟମାନେ ଯୋଗ ଦେଇଥିଲେ । ସାଇକେଲରେ ସହର ପରିକ୍ରମା କରି ଫିଟ ଇଣ୍ଡିଆର ସନ୍ଦେଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୧୪ ଏନସିସି ବାଟାଲିୟନ ସହ ପୂର୍ବତନ ସୈନିକ ସଙ୍ଘର କର୍ମକର୍ତ୍ତା ଓ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

ମୋଦି ସରକାର ଯୁବ ପିଢ଼ି ସୁସ୍ଥ ରହିବା ପାଇଁ ଆହ୍ବାନ ଦେଉଛନ୍ତି । ଯୁବ ପିଢ଼ି ଫିଟ ରହିଲେ ଦେଶ ଫିଟ ରହିବ । ଯୁବ ପିଢ଼ି ଫିଟ ରହିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.