ETV Bharat / state

ସଡକ ସୁରକ୍ଷା ବାର୍ତ୍ତା ବହନ ପାଇଁ ସାଇକେଲ ରାଲି

author img

By

Published : Jan 23, 2021, 1:23 PM IST

ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଜିଲ୍ଲା ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଶତାଧିକ ସାଇକେଲ ଆରୋହୀ ଏହି ରାଲିରେ ଯୋଗ ଦେଇ କେନ୍ଦୁଝର ସହର ପରିକ୍ରମା କରି ସଡକ ସୁରକ୍ଷାର ବାର୍ତା ପ୍ରଦାନ କରିଥିଲେ । ଅଧିକ ପଢନ୍ତୁ...

ସଡକ ସୁରକ୍ଷା ବାର୍ତ୍ତା ବହନ ପାଇଁ ସାଇକେଲ ରାଲି
ସଡକ ସୁରକ୍ଷା ବାର୍ତ୍ତା ବହନ ପାଇଁ ସାଇକେଲ ରାଲି

କେନ୍ଦୁଝର: ଗତ ଦୁଇ ଦିନ ପୂର୍ବରୁ ଆରମ୍ଭ ହୋଇଥିଲା ସଡକ ସୁରକ୍ଷା ସପ୍ତାହ । ଏହି ସପ୍ତାହ ପାଳନ ଅବସରରେ ଜିଲ୍ଲା ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଆଜି ଏହି ଅବସରରେ ଏକ ସାଇକେଲ ରାଲି ସ୍ଥାନୀୟ ଏଡିଟିଏସ ପଡ଼ିଆରୁ ଆରମ୍ଭ ହୋଇଥିଲା । ଶତାଧିକ ସାଇକେଲ ଆରୋହି ଏହି ରାଲିରେ ଯୋଗ ଦେଇ କେନ୍ଦୁଝର ସହର ପରିକ୍ରମା କରି ସଡକ ସୁରକ୍ଷାର ବାର୍ତା ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯୋଗଦେଇ ପତାକା ଦେଖାଇ ଉଦଘାଟନ କରି ନିଜେ ସଚେତନ ରହିଲେ ସଡ଼କ ଦୁର୍ଘଟଣାରୁ ବଞ୍ଚି ରହିବେ ବୋଲି ପ୍ରକାଶ କରିଥିଲେ । ଏହି ଦିବସ ଉପଲକ୍ଷେ 7 ଦିନ ବ୍ୟାପି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ପ୍ରକାଶ କରିଛନ୍ତି।

କେନ୍ଦୁଝରର ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.