କେନ୍ଦୁଝର: କୋଭିଡ଼ କଟକଣା ମଧ୍ୟରେ ଆଜି କେନ୍ଦୁଝର ଜିଲ୍ଲାର ୬୨ ଟି ବିଦେଶୀ ମଦ ଦୋକାନ ପାଇଁ ଟେଣ୍ଡରର ଲଟେରୀ କରି ନିଲାମ ପକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ମୋଟ ୮୯୭ ଜଣ ଟେଣ୍ଡରଧାରୀ ଟେଣ୍ଡର ପକାଇଥିଲେ । ସରକାରଙ୍କ ନୂଆ ନିୟମ ମୁତାବକ ଗୋଟିଏ ଟେଣ୍ଡର ପିଛା ଏକ ଲକ୍ଷ ଟଙ୍କା ଜମା କରିବାକୁ ପଡୁଥିବା ବେଳେ ଏହି ଲଟେରୀ ମାଧ୍ୟମରେ ଆଠ କୋଟି ସତାନବେ ଲକ୍ଷ ଟଙ୍କା ରାଜସ୍ୱ ପାଇଛନ୍ତି ।
ସ୍ଥାନୀୟ ଦରବାର ହଲ ଠାରେ କଡା ସୁରକ୍ଷା ଓ କୋବିଡ଼ କଟକଣା ମଧ୍ୟରେ ଏହି ଟେଣ୍ଡର ନିଲାମ ପକ୍ରିୟା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ନିଲାମ ପକ୍ରିୟା ଅନୁଷ୍ଠିତ ହୋଇଥିଲା ଯାହାକି ସମସ୍ତ ସ୍ୱଚ୍ଛତାକୁ ପାଳନ ପାଇଁ କଡା ନିର୍ଦ୍ଦେଶ ଥିଲା । ଆଜିର ଏହି ନିଲାମ ପକ୍ରିୟାରେ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ