ETV Bharat / state

ନବବର୍ଷ: ମା' ତାରିଣୀଙ୍କୁ ଦର୍ଶନ କରି ପରିବାରର ଶୁଭ ମନାସିଲେ ଶ୍ରଦ୍ଧାଳୁ - ghatagaon tarini pitha

ନୂଆବର୍ଷର ଆରମ୍ଭରୁ ଦେବୀ କୃପା ଲାଭ ପାଇଁ ଘଟଗାଁର ମା' ତାରିଣୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ । ନିଜର ଓ ପରିବାରର ସୁଖ ସମୃଦ୍ଧି ଭିକ୍ଷା କଲେ ରାଜ୍ୟବାସୀ ।

tarini pitha
ନୂଆବର୍ଷରେ ମା' ତାରିଣୀଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ
author img

By

Published : Jan 1, 2020, 1:21 PM IST

କେନ୍ଦୁଝର: ପୁରୁଣାବର୍ଷକୁ ବିଦାୟ ଦେଇ ଆସିଛି ନବବର୍ଷ । ଏହି ନୂତନ ବର୍ଷ ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସର ବର୍ଷ ହେବା ସହ ସୁଖ ସମୃଦ୍ଧି ଆଣିବା ପାଇଁ ଦେବାଳୟରେ ଭିଡ ଜମାଇଛନ୍ତି ରାଜ୍ୟବାସୀ ।

ନୂଆବର୍ଷରେ ମା' ତାରିଣୀଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ଏହି ନୂତନ ବର୍ଷରେ କିପରି ପରିବାର ଲୋକେ ସୁଖି ଓ ସୁସ୍ଥ ରହିବେ ସେଥିପାଇଁ ସକାଳୁ ସକାଳୁ ଘଟଗାଁର ମା' ତାରିଣୀଙ୍କ ନିକଟରେ ଶ୍ରଦ୍ଧାଳୁ ମାନେ ପହଞ୍ଚିଛନ୍ତି । ହାତରେ ନଡ଼ିଆ ଧରି ମା'ଙ୍କୁ ପରିବାରର ଶୁଭ ମନାସିଛନ୍ତି ଭକ୍ତ ମାନେ । ଏହି ବର୍ଷର ପ୍ରଥମ ଦିନରେ ମା' ତାରିଣୀ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇ ମନସ୍କାମନା ପୁରଣ କରୁଛନ୍ତି ।

ତେବେ ପ୍ରତ୍ୟେକ ବର୍ଷ ଏହି ଦିନ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥାଏ । ଆଉ ଚଳିତବର୍ଷ ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖିରେ ରଖି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥି ସହ ସ୍ବେଚ୍ଛାସେବୀ ମାନେ ଭକ୍ତଙ୍କ ଧାଡି ଦର୍ଶନ ପାଇଁ ବ୍ୟବସ୍ଥାରେ ଲାଗିପଡିଛନ୍ତି । ନୂତନ ବର୍ଷ ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭକ୍ତଙ୍କ ପାଇଁ ମାଗଣାରେ ନଡିଆ ଲଡୁର ବ୍ୟବସ୍ଥା କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ନୂତନ ବର୍ଷ ଅବସରରେ ଘଟଗାଁ ତାରିଣୀ ପୀଠରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼

Body:ନୂଆ ବର୍ଷ ୨୦୨୦ ପଦାର୍ପଣ କଲା । ଏହି ନୂତନ ବର୍ଷ ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସର ବର୍ଷ ହେବା ପାଇଁ ଦେବାଳୟରେ ଭିଡ ଜମାଇଛନ୍ତି ଓଡିଶା ବାସୀ । ନୂତନ ବର୍ଷ କିପରି ପରିବାର ଲୋକ ଭଲରେ ରହିବେ ସେଥିପାଇଁ ଘଟଗାଁ ମା ତାରିଣୀଙ୍କ ନିକଟରେ ସକାଳୁ ଭିଡ ଜମାଇଛନ୍ତି ଶ୍ରଦ୍ଧାଳୁ । ହାତରେ ନଡ଼ିଆ ଧରି ମାଙ୍କୁ ପରିବାରର ଶୁଭମନାସିଛନ୍ତି ଭକ୍ତ । ନୂତନ ବର୍ଷରେ ମା ସୁନାବେଶ ରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇ ମାନସ୍କମନା ପୁର୍ଣ କରୁଛନ୍ତି । ନୂତନ ବର୍ଷରେ ଲକ୍ଷାଧିକ ଭକ୍ତ ଙ୍କ ସମାବେଶ କୁ ଆଖିଆଗରେ ରଖି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥି ସହ ସ୍ୱଛାସେବୀ ମନେ ଭକ୍ତଂକ
ଧାଡି ଦର୍ଶନ ପାଇଁ ବ୍ୟବସ୍ଥା ରେ ଲାଗିପଡିଛନ୍ତି । ନୂତନ ବର୍ଷ ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭକ୍ତ ଙ୍କ ପାଇଁ ମାଗଣାରେ ନଡିଆ ଲଡୁର ବ୍ୟବସ୍ତା କରାଯାଇଛି ।

ବାଇଟ୧-ଶିବ କୁମାର ରାଠୋର( ଭକ୍ତ)

ବାଇଟ୨- ସ୍ୱପ୍ନା ଓଝା (ଭକ୍ତ)

ବାଇଟ୩-ରୀନା ରାଏ (ଭକ୍ତ)

ବାଇଟ୩- ରାଜେନ୍ଦ୍ର ପଟ୍ଟନାୟକ( ସଭାପତି, ମା ତାରିଣୀ ଟ୍ରଷ୍ଟ ବୋର୍ଡ)

ପିଟିସି

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.