ETV Bharat / state

କୋରୋନା କଟକଣା, ପୋଲିସ ଜନତା ମୁହାଁମୁହିଁ - କୋରୋନା କଟକଣା ଖବର

କୋହଳ କଟକଣାରେ କେନ୍ଦୁଝର ଚମ୍ପୁଆ ବଜାରର ପୋଲିସ ଜନତା ମୁହାଁମୁହିଁ । ଚମ୍ପୁଆ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଅଧିକ ପଢନ୍ତୁ...

covid19 guideline street vendor face off with police in champua
କୋରୋନା କଟକଣା,ପୋଲିସ ଜନତା ମୁହାଁମୁହିଁ
author img

By

Published : Jun 18, 2021, 9:14 PM IST

କେନ୍ଦୁଝର: କୋରୋନା କଟକଣାକୁ ନେଇ ପୋଲିସ ଜନତା ମୁହାଁମୁହିଁ । କୋରୋନାକୁ ନେଇ ଜନ ଜୀବନ ବିପର୍ଯ୍ୟସ୍ତ । ଏଭଳି ସ୍ଥିତିରେ ସରକାର ଲକଡାଉନ କଟକଣା କୋହଳ କରିଛନ୍ତି ।

କୋରୋନା କଟକଣା,ପୋଲିସ ଜନତା ମୁହାଁମୁହିଁ

କୋହଳ କଟକଣାରେ କେନ୍ଦୁଝର ଚମ୍ପୁଆ ବଜାରର କିଛି ଉଠା ଦୋକାନୀ ଦୋକାନ ଖୋଲା କରିଥିଲେ । ଏହି ଦୋକାନ ଗୁଡିକ ବେଆଇନ ଖୋଲିବା ନେଇ ବଜାରରେ ପେଟ୍ରୋଲିଂ ବେଳେ ତହସିଲଦାର ବନ୍ଦ କରିବାକୁ ଉଦ୍ୟମ କରିଥିଲେ । ପୋଲିସ ସହାୟତାରେ ଏହି ଦୋକାନ ବନ୍ଦ କରିବାକୁ ଗଲାବେଳେ ପୋଲିସ ଜନତା ମୁହାଁମୁହିଁ ହୋଇଥିଲେ । କିଛି ସମୟ ବଜାରରେ ଏକ ପ୍ରକାରର ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଚମ୍ପୁଆ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସଟଡାଉନ ଲକଡାଉନ ନେଇ ସାଧାରଣ ଜନତା ଅସ୍ତବ୍ୟସ୍ତ ହୋଇ ପଡିଥିଲା ବେଳେ ପୋଲିସର ବ୍ୟବହାର ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

କେନ୍ଦୁଝରୁରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.