ETV Bharat / state

ମୁଖ୍ୟଶାସନ ସଚିବ ଓ ୫ଟି ସଚିବଙ୍କ କୋଭିଡ଼ ହସ୍ପିଟାଲ ନିରୀକ୍ଷଣ - କୋଭିଡ଼ ହସ୍ପିଟାଲ ନିରୀକ୍ଷଣ

ଗୁରୁବାର ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଓ ‘୫ଟି’ ସଚିବ ଭିକେ ପାଣ୍ଡିଆନ କେନ୍ଦୁଝର ଜିଲ୍ଲା ଗସ୍ତ କରି କୋଭିଡ଼ ହସ୍ପିଟାଲ ନିରୀକ୍ଷଣ କରିଛନ୍ତି । ଅଧିକ ପଢନ୍ତୁ..

covid-hospital-inspection
covid-hospital-inspection
author img

By

Published : Apr 16, 2020, 1:53 PM IST

Updated : Apr 16, 2020, 3:09 PM IST

କେନ୍ଦୁଝର: ରାଙ୍କୀ ଠାରେ ପ୍ରତିଷ୍ଠା ହେବାକୁ ଥିବା କୋଭିଡ଼ ୧୯ ହସ୍ପିଟାଲ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାକୁ ଗୁରୁବାର ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଓ ‘୫ଟି’ ସଚିବ ଭିକେ ପାଣ୍ଡିଆନ ଆସି ନିରୀକ୍ଷଣ କରିଛନ୍ତି । ଉତ୍କଳ ହସ୍ପିଟାଲ ଓ ଜିଲ୍ଲା ଖଣିଜ ପାଣ୍ଠିର ମିଳିତ ସହଯୋଗରେ ଏହି କୋଭିଡ଼ ୧୯ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଚାଲୁଛି ।

ମୁଖ୍ୟଶାସନ ସଚିବ ଓ ୫ଟି ସଚିବଙ୍କ କୋଭିଡ଼ ହସ୍ପିଟାଲ ନିରୀକ୍ଷଣ

ଏହି ଦୁଇ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ଦଶଟି ICU ସହ ଭେଣ୍ଟିଲେଟର ବ୍ୟବସ୍ଥା ରହିଛି । ଜିଲ୍ଲାରେ ଯୋଡ଼ା ଠାରେ ମଧ୍ୟ ୫୦ ଶଯ୍ୟା ବିଶିଷ୍ଟ କୋଭିଡ଼ ୧୯ ହସ୍ପିଟାଲ ଆରମ୍ଭ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବଙ୍କ ଏହି ଗ୍ରସ୍ତ ସମୟରେ ଲକଡାଉନ ସରିବା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି । ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ହସ୍ପିଟାଲ ନିରୀକ୍ଷଣ ପରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Apr 16, 2020, 3:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.