ETV Bharat / state

ସାବିତ୍ରୀ ପାଇଁ କଟକଣା ଫୁ, ଫଳ ଦର ଆକାଶ ଛୁଆଁ

author img

By

Published : Jun 9, 2021, 5:43 PM IST

ସାବିତ୍ରୀ ଓଷାକୁ ନେଇ ବଜାରରେ ପ୍ରବଳ ଭିଡ । ସାମାଜିକ ଦୂରତାକୁ ବେଖାତିର କରି ଲୋକେ ବ୍ରତ ସାମଗ୍ରୀ କିଣୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ସାବିତ୍ରୀ ପାଇଁ କଟକଣାକୁ ଫୁ, ଫଳ ଦର ଆକାଶ ଛୁଆଁ

କେନ୍ଦୁଝର: ରାତି ପାହିଲେ ସାବିତ୍ରୀ ବ୍ରତ । ସ୍ବାମୀଙ୍କ ଶୁଭ ମନାସି ପତ୍ନୀମାନେ ପାଳନ କରିବେ ଏହି ବ୍ରତ । କୋରୋନା କଟକଣା ସତ୍ତ୍ବେ ବଜାରରେ ଲୋକଙ୍କ ଖଚାଖଚ୍ ଭିଡ ।

ତେବେ କେନ୍ଦୁଝରରେ ପୂଜା ପାଇଁ ବିଭିନ୍ନ ପ୍ରକାରର ଫଳ, ବ୍ରତ ସାମଗ୍ରୀ ଦୋକାନ ଆଗରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଅନ୍ୟପଟେ ଭିଡ଼ ଅଟକାଇବା ପାଇଁ ମୁତୟନ ହୋଇଥିବା ପୋଲିସ ମଧ୍ୟ ସାମଗ୍ରୀ କିଣିବାରେ ବ୍ୟସ୍ତ ଥିବା ଦେଖାଯାଇଥିଲା । ସେପଟେ ସାବିତ୍ରୀ ଓ ରଜ ବଜାରକୁ ଦୃଷ୍ଟିରେ ରଖି ଫଳଦର ମଧ୍ୟ ଆକାଶ ଛୁଆଁ ରହିଛି । ଦରଦାମ୍ ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ସାମାନ୍ୟ ଅସନ୍ତୋଷ ଥିଲେ ମଧ୍ୟ ଫଳ କିଣୁଥିବା କହିଛନ୍ତି । ତେବେ ଧୀରେ ଧୀରେ କୋରୋନା ହାର କମୁ ଥିବାବେଳେ ଲୋକଙ୍କ ମନରେ ମଧ୍ୟ ସଂକ୍ରମଣକୁ ନେଇ ଡର କମିଯାଉଥିବା ଚର୍ଚ୍ଚା ହେଉଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.