କେନ୍ଦୁଝର: ବଢୁଥିବା କୋରୋନା ସଂକ୍ରମଣକୁ ନଜରରେ ରଖି କେନ୍ଦୁଝର ଜିଲ୍ଲା ପୋଲିସ ପକ୍ଷରୁ ସଚେତନତା ଅଭିଯାନ । ବୁଧବାର ସହରରେ ଅମାନିଆଙ୍କୁ ଅର୍ଥ ଜରିମାନାରେ ଦଣ୍ଡିତ କରାଯାଇଛି।
ଯେଉଁ ଦୋକାନୀମାନେ ନିୟମ ପାଳନ କରୁ ନାହାଁନ୍ତି ସେମାନଙ୍କୁ ବୁଝେଇବାକୁ ଚେଷ୍ଟା କରାଯାଇଛି । କୋରୋନା ମହାମାରୀର ପ୍ରକୋପ ବଢିବାକୁ ଦେଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କେନ୍ଦୁଝର ଟାଉନ ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ