ETV Bharat / state

ଥାନା ରହିଲା ସାକ୍ଷୀ, ହାତକୁ ଦି ହାତ ହେଲେ ପ୍ରେମପକ୍ଷୀ - ରାମଚନ୍ଦ୍ରପୁର ଥାନା ବିବାହ

କେନ୍ଦୁଝର ଜିଲ୍ଲାର ରାମଚନ୍ଦ୍ରପୁର ଥାନା ପରିସର, ଯେଉଁଠି ଆଜି ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା । ଲୋକଙ୍କ ଗହଣରେ ପ୍ରେମିକ, ନିଜ ପ୍ରେମିକଙ୍କୁ ଶଙ୍ଖା ଓ ସିନ୍ଦୁର ପିନ୍ଧାଇ ସ୍ତ୍ରୀ ରୂପେ ଗ୍ରହଣ କରିଥିଲେ । ଅଧିକ ପଢନ୍ତୁ...

ଥାନାରେ ବିବାହ କଲେ ପ୍ରେମୀ ଯୁଗଳ
ଥାନାରେ ବିବାହ କଲେ ପ୍ରେମୀ ଯୁଗଳ
author img

By

Published : Aug 13, 2021, 7:04 AM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ରାମଚନ୍ଦ୍ରପୁର ଥାନା ପରିସର, ଯେଉଁଠି ଆଜି ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା । ଲୋକଙ୍କ ଗହଣରେ ପ୍ରେମିକ, ନିଜ ପ୍ରେମିକଙ୍କୁ ଶଙ୍ଖା ଓ ସିନ୍ଦୁର ପିନ୍ଧାଇ ସ୍ତ୍ରୀ ରୂପେ ଗ୍ରହଣ କରିଥିଲେ । ଗ୍ରାମବାସୀ ଓ ଜଣେ ଓକିଲଙ୍କ ମଧ୍ୟସ୍ଥତାରେ ଏହି ବିବାହ ସମ୍ପନ୍ନ ହୋଇଥିଲା।

ଥାନାରେ ବିବାହ କଲେ ପ୍ରେମୀ ଯୁଗଳ
ଭୁବନେଶ୍ଵରରେ ଆରମ୍ଭ ହୋଇଥିଲା ଉଭୟଙ୍କ ମଧ୍ୟରେ ପ୍ରେମ । ଗୋଟିଏ ଦୋକାନରେ ଏକାଠି କାମ କରିବା ବେଳେ ଦୁହେଁ ଦୁହିଁଙ୍କୁ ଭଲ ପାଇଥିଲେ । ବେସ୍ କିଛି ଦିନ ଏକାଠି ମଧ୍ୟ ରହୁଥିଲେ। ହେଲେ ଏହା ଜାଣିପାରି ପୁଅକୁ ଅନ୍ୟତ୍ର ବିବାହ ପାଇଁ ଚକ୍ରାନ୍ତ କରି ପୁଅକୁ ସେଠାରୁ ନେଇ ଆସିଥିଲେ ପୁଅର ପରିବାର ଲୋକେ । ଏହା ଜାଣି ଭୁବନେଶ୍ଵରରୁ ପ୍ରେମିକଙ୍କ ଗାଁରେ ଆସି ପହଞ୍ଚି ଅନ୍ୟ ଉପାୟ ନପାଇ ଗାଁ ଲୋକଙ୍କ ସହଯୋଗ ଲୋଡ଼ିଥିଲେ ଯୁବତୀ । କଥା ଥାନା ଯାଏଁ ଯାଇଥିଲା । ଗୁରୁବାର ରାମଚନ୍ଦ୍ରପୁର ଥାନାରେ ଜଣେ ଓକିଲଙ୍କ ମଧ୍ୟସ୍ଥତା ସମସ୍ୟାର ସମାଧାନ ହୋଇଛି । ଥାନା ସମ୍ମୁଖରେ ଉଭୟ ବିବାହ କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକେ ଖୁସି ବ୍ୟକ୍ତ କରିଛନ୍ତି।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.