ETV Bharat / state

ଭୋକ ଉପାସରେ କୋରୋନା ଯୋଦ୍ଧା, ପ୍ରାପ୍ୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ - keunjhar news

କୋରୋନା ଲଢେଇ ଆଗଧାଡିର ଯୋଦ୍ଧାଙ୍କୁ ମିଳୁନି ପ୍ରାପ୍ୟ। କୋରୋନାକୁ ଡରି କର୍ତ୍ତବ୍ୟ ସୁଚାରୁ ରୁପେ କରିଥିଲେ ମଧ୍ୟ ସରକାରୀ ନିୟମ ଅନୁସାରେ ପ୍ରାପ୍ୟ ପ୍ରଦାନ ନକରାଯାଇଥିବା ଅଭିଯୋଗ କରିଛନ୍ତି ।

ଭୋକ ଉପାସରେ କୋରୋନା ଯୋଦ୍ଧା, ପ୍ରାପ୍ୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

author img

By

Published : Jul 20, 2020, 12:27 PM IST

କେନ୍ଦୁଝର: କୋରୋନାକୁ ନେଇ ପ୍ରବାସୀ ଘର ମୁହାଁ ହେଉଥିବା ବେଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର ବା ଟିଏମସି ସ୍ଥାପନ କରାଯାଇଥିଲା । ତେବେ ଟିଏମସି ଦାୟିତ୍ୱରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଡ଼ାଇରେକ୍ଟର ସ୍ପେଶାଲ ପ୍ରୋଜେକ୍ଟ ୨.୦୫.୨୦୨୦ରେ ଚିଠି ନମ୍ବର ୭୯୫୭ ଅନୁଯାୟୀ ଗ୍ରାମରକ୍ଷୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା ।

ଭୋକ ଉପାସରେ କୋରୋନା ଯୋଦ୍ଧା, ପ୍ରାପ୍ୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଗତ ଦୁଇ ମାସରୁ ଉର୍ଦ୍ଧ ଧରି କୋରୋନାକୁ ଡରି କର୍ତ୍ତବ୍ୟ ସୁଚାରୁ ରୁପେ କରିଥିଲେ ମଧ୍ୟ ସରକାରୀ ନିୟମ ଅନୁସାରେ ପ୍ରାପ୍ୟ ପ୍ରଦାନ ନକରାଯାଇଥିବା ଅଭିଯୋଗ କରିଛନ୍ତି । ହାଟଡ଼ିହି ବ୍ଲକର ନନ୍ଦିପଦା ଥାନା ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ୧୫ ରୁ ଉର୍ଦ୍ଧ୍ବ ଗ୍ରାମରକ୍ଷୀ ପ୍ରାପ୍ୟ ନପାଇ ଜିଲ୍ଲାପାଳଙ୍କୁ ଆଜି ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୂର୍ବରୁ ବାରମ୍ବାର ହାଟଡିହି ବିଡ଼ିଓ ଓ ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିବା ପ୍ରକାଶ କରିଛନ୍ତି ଗ୍ରାମରକ୍ଷୀ ମାନେ ।

ଗତ ଦୁଇ ମାସ ଧରି ଘରଦ୍ୱାର ଛାଡି ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରି ତାର ଫଳ ସ୍ୱରୂପ ଭୋକରେ କୋରୋନା ଯୋଦ୍ଧା ଓ ତାଙ୍କ ପରିବାର । ଯାହାକୁ ନେଇ ନିଜ ପ୍ରାପ୍ୟ ପାଇଁ ଶେଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଇଛନ୍ତି । ଏନେଇ କୌଣସି ସରକାରୀ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.