ETV Bharat / state

କୋରୋନା ଯୋଦ୍ଧା: ସରକାରୀ ସହାୟତା ଅପେକ୍ଷାରେ ବେସରକାରୀ ଦନ୍ତ ଚିକିତ୍ସକ - ମଧ୍ୟପ୍ରଦେଶ ସରକାର

ମଧ୍ୟପ୍ରଦେଶ ସରକାର ସମସ୍ତ ସରକାରୀ ଓ ବେସରକାରୀ ଉଭୟ ଦନ୍ତ ଚିକିତ୍ସକଙ୍କ ପାଇଁ ସରକାରୀ ଆର୍ଥିକ ସହାୟତା ଯୋଗାଇଦେବାକୁ ଘୋଷଣା କରିଛନ୍ତି । ତେବେ ଏହି ପରିସ୍ଥିତିରେ ସରକାରୀ ସହାୟତା ପାଇଁ ଆଶା ରଖିଛନ୍ତି ଓଡିଶାର ବେସରକାରୀ ଦନ୍ତ ଚିକିତ୍ସକ ।

କୋରୋନା ଯୋଦ୍ଧା : ସରକାରୀ ସାହାୟତା ଅପେକ୍ଷାରେ ବେସରକାରୀ ଦନ୍ତ ଚିକିତ୍ସକ
କୋରୋନା ଯୋଦ୍ଧା : ସରକାରୀ ସାହାୟତା ଅପେକ୍ଷାରେ ବେସରକାରୀ ଦନ୍ତ ଚିକିତ୍ସକକୋରୋନା ଯୋଦ୍ଧା : ସରକାରୀ ସାହାୟତା ଅପେକ୍ଷାରେ ବେସରକାରୀ ଦନ୍ତ ଚିକିତ୍ସକ
author img

By

Published : Jun 12, 2020, 9:58 PM IST

କେନ୍ଦୁଝର: ବିଶ୍ବରେ କୋଭିଡ଼ ୧୯ ମହାମାରୀର ରୂପ ନେଇ ତାର ପାଦ ଥାପି ସାରିଛି । ଏହି ମହାମାରୀ କୋରୋନା ଯୋଗୁଁ ବହୁ ଦେଶରେ ସାଧାରଣ ଜନତା ଏହାର ଶିକାର ହୋଇ ପ୍ରାଣ ହରାଉଛନ୍ତି । ଚିକିତ୍ସା ସାଙ୍ଗକୁ ଏଥିରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ବଞ୍ଚିବା ପାଇଁ ବହୁ ଦେଶ ଲକଡାଉନ ଘୋଷଣା କରିଛନ୍ତି । ଏହି ଲକଡାଉନ ଯୋଗୁଁ ବହୁ ଦେଶର ଅର୍ଥନୀତି ଖରାପ ହୋଇଥିବା ବେଳେ ସାଧାରଣ ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହି ରୋଗରୁ ରକ୍ଷା କରିବାରେ ଜୀବନକୁ ବାଜି ଲଗାଇଛନ୍ତି ପୋଲିସ, ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତର । ତେବେ କୌଣସି ସଂକ୍ରମିତଙ୍କ ସହ ସିଧାସଳଖ ଯୋଗାଯୋଗ ରଖିଥିବା ଡାକ୍ତର ହେଉଛନ୍ତି ଦନ୍ତ ଚିକିତ୍ସକମାନେ । ସେମାନଙ୍କୁ ସଂକ୍ରମଣ ଆଶଙ୍କା ଅଧିକ ରହିଛି । କାରଣ ଆକ୍ରାନ୍ତ ହେଉ ଅବା ସନ୍ଦିଗ୍ଧଙ୍କ ମୁହଁରୁ ଲାଳ ସଂଗ୍ରହ କରିଥାନ୍ତି ସେହି ଦନ୍ତ ଚିକିତ୍ସକମାନେ ।

କୋରୋନା ଯୋଦ୍ଧା ଦନ୍ତ ଚିକିତ୍ସକ: ସରକାରୀ ସାହାୟତା ଅପେକ୍ଷାରେ ବେସରକାରୀ ଚିକିତ୍ସକ

ତେବେ ଭାରତ ସରକାର ସମସ୍ତ ଡାକ୍ତରଙ୍କୁ କୋରୋନା ଯୋଦ୍ଧା ଘୋଷଣା କରିଥିବାବେଳେ ବହୁ ରାଜ୍ୟ ଡାକ୍ତରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛନ୍ତି । ମଧ୍ୟପ୍ରଦେଶ ସରକାର ସମସ୍ତ ସରକାରୀ ଓ ବେସରକାରୀ ଉଭୟ ଦନ୍ତ ଚିକିତ୍ସକଙ୍କ ପାଇଁ ସରକାରୀ ଆର୍ଥିକ ସହାୟତା ଯୋଗାଇଦେବାକୁ ଘୋଷଣା କରିଛନ୍ତି । ଓଡିଶା ସରକାର କେବଳ ସରକାରୀ ଡାକ୍ତରଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହି ପରିସ୍ଥିତିରେ ପାଇଁ ସରକାର ସହାୟତା ପାଇଁ ଆଶା ରଖିଛନ୍ତି ବେସରକାରୀ ଦନ୍ତ ଚିକିତ୍ସକ । ସହାୟତା ମିଳୁ ବା ନମିଳୁ ମାନବ ସେବାକୁ ମୂଳମନ୍ତ୍ର କରି ସମସ୍ତ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଦନ୍ତ ଚିକିତ୍ସକ ।

ଅନ୍ୟପଟେ ଲକଡାଉନ ଓ କୋରୋନା ଭୟରେ ଦନ୍ତ ଚିକିତ୍ସା ରୋଗୀଙ୍କ ସଂଖ୍ୟା 50 ପ୍ରତିଶତ ହ୍ରାସ ପାଇଛି । ଯାହାର ଅତ୍ୟାବଶ୍ୟକ ହେଉଛି ସେହିମାନେ ଦନ୍ତ ଚିକିତ୍ସା ପାଇଁ ଆସୁଛନ୍ତି । ଫଳରେ ବେସରକାରୀ ଦନ୍ତ ଚିକିତ୍ସିକଙ୍କ ରୋଜଗାର ବି ଫିକା ପଡିଛି । ତେବେ ସରକାରୀ ହେଉ ଅବା ବେସରକାରୀ ଡାକ୍ତରମାନେ ରୋଗୀଙ୍କ ସମସ୍ତ ରୋଗ, ପରିଚୟ ଜାଣିବା ପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଚିକିତ୍ସା କରୁଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.