ETV Bharat / state

କୋରୋନା ନିୟମକୁ ବେଖାତିର - medical supervisior

ଗୋଟିଏ ପଟେ ଆନନ୍ଦପୁର ପୌରପରିଷଦରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ଏହାକୁ ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ସଟଡାଉନ ଓ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଶହ ଶହ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସଭା କରିବାକୁ ଡାକି ଏହି ନିୟମକୁ ଫୁ କରିଦେଲା ଭଳି ପରିଲକ୍ଷିତ ହେଉଛି ।

corona
କୋରୋନା ନିୟମକୁ ବେଖାତିର
author img

By

Published : Aug 5, 2020, 11:21 AM IST

ଆନନ୍ଦପୁର:ଗୋଟିଏ ପଟେ ଆନନ୍ଦପୁର ପୌରପରିଷଦରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ଏହାକୁ ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ସଟଡାଉନ ଓ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ଖୋଦ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଶହ ଶହ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସଭା କରିବାକୁ ଡାକି ଏହି ନିୟମକୁ ଫୁ କରିଦେଲା ଭଳି ପରିଲକ୍ଷିତ ହେଉଛି ।

ଏପଟେ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସଭା ସମ୍ପର୍କରେ ଖବର ପାଇ ନିର୍ଦ୍ଧାରିତ ସମୟରେ ଆସି ଉପଖଣ୍ଡ ଚିକିତ୍ସାଳୟରେ ଉପସ୍ଥିତ ହୋଇଥିଲେ । କିନ୍ତୁ ଦୀର୍ଘ ୩ ଘଣ୍ଟା ଧରି ଅପେକ୍ଷା କରିବା ସର୍ତ୍ତ୍ବେ ମେଡ଼ିକାଲ ଅଧିକ୍ଷକ ଏବଂ କୌଣସି କର୍ମଚାରୀଙ୍କ ଦେଖା ଦର୍ଶନ ମିଳି ନଥିଲା। ଏନେଇ ଶିକ୍ଷକଙ୍କ ହୋ ହାଲ୍ଲା ପରେ ଅଧିକ୍ଷକ ପହଁଞ୍ଚି ମେଡ଼ିକାଲ ବାରଣ୍ଡାରେ ସଭା କାର୍ଯ୍ୟ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଵ୍ୟଵସ୍ଥାରେ ଏବଂ ଗହଳି ଭିତରେ ସଭା କରିବା ପାଇଁ ଶିକ୍ଷକମାନେ ଅରାଜି ହୋଇଥିଲେ। ତେବେ ଅଧିକ୍ଷକଙ୍କ ଏତାଦୃଶ କାର୍ଯ୍ୟକୁ ନେଇ କୋଭିଡ ନିୟମ କିଭଳି ପାଳନ ହେଉଛି ତାହା ସ୍ପଷ୍ଟ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.