କେନ୍ଦୁଝର: କୋରୋନା ମହାମାରୀ ସାରା ବିଶ୍ଵକୁ ଆତଙ୍କିତ କରିଛି । କେନ୍ଦୁଝର ଜିଲ୍ଲାରେ ମଧ୍ୟ କୋରୋନା ସଂକ୍ରମଣ ଦେଖିବାକୁ ମିଳିଛି । ଖଣି ଅଞ୍ଚଳ ବଡବିଲରେ କୋରୋନା ରୋଗୀ ଚିହ୍ନଟ କରାଯାଇଥିବା ବେଳେ ଆଜି(ମଙ୍ଗଳବାର) ପ୍ରଥମଥର ଯୋଡା ସହରରେ କୋରୋନା ସଂକ୍ରମଣ ସାମ୍ନାକୁ ଆସିଛି ।
ଏନେଇ ପ୍ରଶାସନ ତରଫରୁ ଯୋଡା ଏଫଏପି କଲୋନୀକୁ ସିଲ କରାଯାଇଛି । ଆକ୍ରାନ୍ତ ଜଣକ ଗତ ଜୁନ 5 ତାରିଖ ଦିଲ୍ଲୀରୁ ଆସି ଯୋଡାରେ କ୍ଵାରେଣ୍ଟାଇନରେ ରହିବା ପରେ ପୌରପାଳିକା ଅଧିକାରୀଙ୍କୁ କହି ଜୁନ 8ରେ ହୋମ କ୍ଵାରେଣ୍ଟାଇନରେ ରହିଥିଲେ। ତେବେ କିଛିଦିନ ପରେ ତାଙ୍କ ମଧ୍ୟରେ ଲକ୍ଷଣ ଦେଖିବାକୁ ମିଳିଥିଲା । ଏନେଇ ଡାକ୍ତରୀ ଟିମ ଜୁନ 14 ରେ ରୋଗୀର ସ୍ଵାବ ନମୁନା ପରୀକ୍ଷା ପାଇଁ ପଠାଇଥିଲେ ।
ତେବେ ଜୁନ 15ରେ ରୋଗୀର କୋରୋନା ପଜିଟିଭ ବାହାରିଥିଲା। ତେବେ ପ୍ରସାଶନ ତରଫରୁ କେନ୍ଦୁଝର କୋଭିଡ୍ ସେଣ୍ଟରକୁ ତାଙ୍କୁ ପଠାଯାଇଛି । ଏହାସହ ପ୍ରସାଶନ ତରଫରୁ ଯୋଡା ଏଫଏପି କଲୋନୀକୁ ସିଲ କରାଯାଇଛି । ସେଠାରେ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।
କେନ୍ଦୁଝରର ସନ୍ତୋଷ ମହାପାତ୍ର, ଇଟିଭି ଭାରତ