ETV Bharat / state

ଅପହଞ୍ଚ ଆଦିବାସୀ ଗାଁକୁ ବି କୋରୋନା ଭୟ - କୋରୋନା ମହାମାରୀରୁ ରକ୍ଷା ପାଇ ପଦକ୍ଷେପ

ସହରରୁ ଗାଁ ଧୀରେଧୀରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଏହାର କିଛି ଝଲକ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ବାଂଶପାଳ ବ୍ଲକର ବାରହାଗଡ଼ ପଞ୍ଚାୟତର ନଡ଼ାମ ଗ୍ରାମରେ ।

keonjhar
ଆଦିବାସୀ ଗାଁକୁ ବି କୋରୋନା ଭୟ
author img

By

Published : Mar 29, 2020, 9:40 AM IST

Updated : Mar 29, 2020, 9:56 AM IST

କେନ୍ଦୁଝର: ମାରାତ୍ମକ କୋରୋନା ଭୁତାଣୁ ଏବେ ମହାମାରୀର ରୂପ ନେଇ ସାରା ବିଶ୍ବକୁ କବଳିତ କରିଛି । ଏହାର ପ୍ରଭାବରେ ବିଶ୍ବର ଶକ୍ତିଶାଳୀ ଦେଶ ଗୁଡିକ ମଧ୍ୟ ବର୍ତ୍ତି ପାରିନାହାନ୍ତି । କୋରୋନା ପ୍ରଭାବରେ ଭାରତରେ ଵର୍ତମାନ ପର୍ଯ୍ୟନ୍ତ 9 ଶହରୁ ଉର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ 26 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସହରରୁ ଗାଁ ଧୀରେ ଧୀରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଏହାର କିଛି ଝଲକ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ବାଂଶପାଳ ବ୍ଲକର ବାରହାଗଡ଼ ପଞ୍ଚାୟତର ନଡ଼ାମ ଗ୍ରାମରେ ।

ଆଦିବାସୀ ଗାଁକୁ ବି କୋରୋନା ଭୟ

ଏହି ମହାମାରୀରୁ ସାଧାରଣ ଜନତାଙ୍କୁ ମୁକୁଳାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଭରପୁର ପ୍ରୟାସ ଜାରି ରଖିଛନ୍ତି । ଏଥିପାଇଁ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ କରିବା ସହ ସାମାଜିକ ଦୂରତ୍ବ ବଜାୟ ରଖିବା ଓ ପରିଷ୍କାର ପରିଚ୍ଛନ୍ନ ରହିବାକୁ ସଚେତନ କରାଉଛନ୍ତି ।

ଗ୍ରାମର ପ୍ରମୁଖ ରାସ୍ତା ଉପରେ କାଠ ପକାଇ ରାସ୍ତା ଅବରୋଧ କରାଯାଇଥିଲା । ଆଦିମ ଜନଜାତି ଜୁଆଙ୍ଗ ଜନଜାତି ବହୁଳ ଉକ୍ତ ଗ୍ରାମ ହୋଇଥିଲେ ହେଁ ସଚେତନତା ବାର୍ତ୍ତା ଉକ୍ତ ଗ୍ରାମରେ ପହଞ୍ଚିଥିବା ଜଣାପଡିଛି। ପ୍ରଥମେ ଗ୍ରାମର ଯୁବକମାନେ ଅଜଣା ବ୍ୟକ୍ତିଙ୍କୁ ଗ୍ରାମକୁ ପ୍ରବେଶ ନିଷେଧ କହୁଥିବା ଜଣାପଡିଛି ।

ଗ୍ରାମବାସୀ ପ୍ରଥମେ ଦୂରତ୍ବ ରଖି ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ସମସ୍ତ ସରକାରୀ ଉପାୟ ଅବଲମ୍ବନ କରୁଥିବା କହିଛନ୍ତି । ସରକାରୀ ସଚେତନତା ବାର୍ତା ପହଁଚିବା ପୂର୍ବରୁ ଇଣ୍ଟରନେଟ ମାଧ୍ୟମରେ ସେମାନେ ଏହି ରୋଗ ବିଷୟରେ ଜାଣି ସଚେତନ ହୋଇଥଲେ। ବାହାରୁ ଘରକୁ ପ୍ରବେଶ କରିବା ମାତ୍ରେ ହାତ ଗୋଡ଼ ଧୋଇବା ସହ ଗରମ ପାଣି ପିଉଥିବା କହିଛନ୍ତି ।

ପୂର୍ବରୁ ଗ୍ରାମରେ ସାମାଜିକ କାର୍ଯ୍ୟକ୍ରମ ବନ୍ଦ କରାଯାଇ ଥିବାବେଳେ ସମସ୍ତଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ରଖୁଥିବା ଜଣାପଡିଛି। ସରକାରଙ୍କ ସହ ହାତ ମିଳାଇ କୋରୋନା ମହାମାରୀରୁ ବଞ୍ଚିବା ପାଇଁ ଗ୍ରାମବାସୀ ସମସ୍ତେ ସଂକଳ୍ପ ନେଇଥିବା ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Mar 29, 2020, 9:56 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.