କେନ୍ଦୁଝର: କୋରୋନା ମହାମାରୀ ସଂକ୍ରମଣ ବ୍ୟାପିବାରେ ଲାଗିଛି । ମହାମାରୀକୁ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ ଜାରି କରାଯାଇଛି । ସବୁ ଦୋକାନ ବଜାରରେ ସାମାଜିକ ଦୂରତା ବଜାୟ ରଖି ବ୍ୟବସାୟ କରିବାକୁ ନିର୍ଦ୍ଦେଶାନାମା ଜାରି ହୋଇଛି । କିନ୍ତୁ ଏହି ନିୟମ ଉଲ୍ଲଂଘନ କରି ବ୍ୟବସାୟ କରୁଥିବା ବେଳେ କେନ୍ଦୁଝର ସହରରେ ଦୁଇ ଦୋକାନକୁ ସିଲ କରିଛି ପ୍ରଶାସନ ।
ହସ୍ପିଟାଲ ରୋଡ଼ରେ ମେଡ଼ିସିନ ଦୋକାନ ଓ ଗୋଟିଏ ଜଳଖିଆ ଦୋକାନ ବେଧଡକ ଖୋଲି ବ୍ୟବସାୟ କରୁଥିବା ବେଳେ ତହସିଲଦାର ଏହାକୁ ସିଲ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ