ETV Bharat / state

20 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ପଡି ରହିଲା ମୃତଦେହ, ସତ୍କାର କଲେ ସ୍ବେଚ୍ଛାସେବୀ

author img

By

Published : May 15, 2021, 12:18 PM IST

କୋରୋନା ରୋଗୀଙ୍କ ମୃତଦେହକୁ ଛୁଇଁଲେନି ପରିବାର କି ସାହିଭାଇ । ଦୀର୍ଘ ୨୦ ଘଣ୍ଟା ପରେ ଶେଷରେ ସ୍ବେଚ୍ଛାସେବୀମାନେ ପିପିଇ କିଟ୍ ପିନ୍ଧି ମୃତଦେହ ସତ୍କାର କରିଥିଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଶୁଆକାଟି ଅଞ୍ଚଳରେ । ଅଧିକ ପଢନ୍ତୁ...

20 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପଡି ରହିଲା ମୃତଦେହ, ସତ୍କାର କଲେ ସ୍ବେଚ୍ଛାସେବୀ

କେନ୍ଦୁଝର: କୋରୋନା ଆକ୍ରାନ୍ତ ହୋଇଥିବାରୁ ମଲା ପରେ ମୃତଦେହକୁ ଛୁଇଁଲେନି ପରିବାର କି ସାହିଭାଇ । ଦୀର୍ଘ ୨୦ ଘଣ୍ଟା ଧରି ଘର ବାରଣ୍ଡାରେ ପଡ଼ି ରହିଲା ମୃତଦେହ । ଶେଷରେ ସ୍ବେଚ୍ଛାସେବୀମାନେ ପିପିଇ କିଟ୍ ପିନ୍ଧି ମୃତଦେହ ସତ୍କାର କରିଥିଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଶୁଆକାଟି ଅଞ୍ଚଳରେ ।

ଶୁଆକାଟିର ପ୍ରହଲ୍ଲାଦ ସେଠୀ କିଛିଦିନ ହେଲା ଅସୁସ୍ଥ ଥିବାବେଳେ କୋଭିଡ ପରୀକ୍ଷା କରିବାରୁ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ସେ ଘରେ ସଂଗରୋଧରେ ଥିଲେ । କିନ୍ତୁ ଗତକାଲି(ଶୁକ୍ରବାର) ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଥିଲା । ହେଲେ ଗାଁ ଲୋକ ସତ୍କାର ପାଇଁ ଆସିଲେ ନାହିଁ । ଏପରିକି ପରିବାର ଲୋକ ମଧ୍ୟ ଭୟରେ ଛୁଇଁ ନଥିଲେ । ପ୍ରଶାସନ ପାଖରେ ଖବର ପହଞ୍ଚିଥିଲେ ସୁଦ୍ଧା ପ୍ରଶାସନିକ ଅଧିକାରୀମାନେ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ ।

ଶେଷରେ ଶୁଆକାଟି ନାଏବ ସରପଞ୍ଚ ପଞ୍ଚାନନ ବାରିକ, ୱାର୍ଡସଭ୍ୟ ସୌମ୍ୟରଞ୍ଜନ ସାହୁ, ସମାଜସେବୀ ଅଞ୍ଜନ କୁମାର ବେଜ୍ ପହଞ୍ଚିଥିଲେ । ଏବଂ ପୁଅ ସୂର୍ଯ୍ୟକାନ୍ତ ସେଠୀଙ୍କ ସହାୟତାରେ ସମସ୍ତେ ପିପିଇ କିଟ୍ ପିନ୍ଧି ମୃତଦେହକୁ ଶୁଆକାଟି କଲେଜ ପଡ଼ିଆ ପଛପଟେ ପୋତିଥିଲେ । କିଛି ସ୍ଥାନୀୟ ଯୁବକ ମଧ୍ୟ ଏଥିରେ ସହଯୋଗ କରିଥିଲେ । ଏହି ସମୟରେ ବାଂଶପାଳ ବିଡିଓ ଉଗ୍ରସେନ ଓରାମ, ତହସିଲଦାର ସପନ ସାହୁ ଉପସ୍ଥିତ ଥିଲେ । ତେବେ ସ୍ବେଚ୍ଛାସେବୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.