ETV Bharat / state

ଗୁଣି ଗାରେଡି ସନ୍ଦେହରେ ଡବଲ ମର୍ଡର, ଦୋଷୀକୁ ଆଜୀବନ କାରାଦଣ୍ଡ

author img

By

Published : Sep 4, 2020, 5:01 PM IST

Updated : Sep 4, 2020, 7:44 PM IST

କେନ୍ଦୁଝର ଚମ୍ପୁଆ ଉପଖଣ୍ଡର ବାମେବାରୀ ଥାନା ଅଧିନରେ ଗୁଣି ଗାରେଡି ସନ୍ଦେହରେ ଘଟିଥିବା ଲୋମ ହର୍ଷଣକାରୀ ଡବଲ ମର୍ଡର ଘଟଣାର ବିଚାର କରି ଆଜି(ଶୁକ୍ରବାର) ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ ଦଳଗୋବିନ୍ଦ ବାରିକ ଦୋଷୀ ଦିବାଇ ନାଗରକୁ ୫ ହଜାର ଟଙ୍କା ଜୋରିମାନା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାଯାଇଛି।

black-magic
ଦୋଷୀକୁ ଆଜୀବନ କାରାଦଣ୍ଡ

କେନ୍ଦୁଝର: ଗୁଣିଗାରେଡି ସନ୍ଦେରେ ଘଟିଥିବା ଡବଲ ମର୍ଡର ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । କେନ୍ଦୁଝର ଚମ୍ପୁଆ ଉପଖଣ୍ଡର ବାମେବାରୀ ଥାନା ଅଧିନରେ ଗୁଣି ଗାରେଡି ସନ୍ଦେହରେ ଘଟିଥିବା ଲୋମ ହର୍ଷଣକାରୀ ଡବଲ ମର୍ଡର ଘଟଣାର ବିଚାର ହୋଇଥିଲା ।

ଯାହାର ଶୁଣାଣି କରି ଆଜି(ଶୁକ୍ରବାର) ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ ଦଳଗୋବିନ୍ଦ ବାରିକ ଦୋଷୀ ଦିବାଇ ନାଗରକୁ ୫ ହଜାର ଟଙ୍କା ଜୋରିମାନା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାଯାଇଛି । ୧୭ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ମାଇନା ରିପୋର୍ଟ ଓ ମେଡିକାଲ ରିପୋର୍ଟକୁ ଭିତ୍ତି କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ପ୍ରକାଶ ଅନୁଯାୟୀ, ବାମେବାରୀ ଥାନାରେ ୨୦୧୭ ମସିହାରେ ଜଜାଙ୍ଗ ସ୍ଲବନ ରାଜନ ବସ୍ତିରେ ଏହି ଘଟଣା ଘଟିଥିଲା ।

ଦୋଷୀକୁ ଆଜୀବନ କାରାଦଣ୍ଡ

ଉକ୍ତ ବସ୍ତିର ଦିବାଇ ନାଗର ପୁଅ ଜରରେ ପୀଡିତ ହୋଇ ଆଖି ବୁଜିଥିଲେ । ଯାହାପରେ ଦିବାଇ ନାଗର ଏହି ଘଟଣାକୁ ନେଇ ଗୁଣିଆ ପରାମର୍ଶ ନେବାରୁ ଛୁଆକୁ ଗୁଣି କରି ମାରିଦିଆଯାଇଥିବା ସନ୍ଦେହ କରିଥିଲା । ସେହି ଗ୍ରାମର ଲକ୍ଷ୍ମୀ ନାଏକ ଉପରେ ତାର ସନ୍ଦେହ ବଢିବାରୁ ଘଟଣା ଦିନ ଲକ୍ଷ୍ମୀ ନାଏକ ପାଖ ଜଙ୍ଗଲକୁ ନିଜ ୬ ବର୍ଷର ପୁଅ କ୍ଷୀରୋଦ ନାଏକକୁ ଧରି କାଠ ଆଣିବାକୁ ଯାଇଥିବା ବେଳେ ଦିବାଇ ଏକ ଧାରୁଆ ମାରଣାସ୍ତ୍ରରେ ଲକ୍ଷ୍ମୀ ଉପରକୁ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରିଥିଲା ।

ହତ୍ୟା ସମୟରେ କ୍ଷିରୋଦ ପାଟି କରିବାରୁ ଦିବାଇ ତାଉପରେ ମଧ୍ୟ ଆକ୍ରମଣ କରିଥିଲା । କ୍ଷିରୋଦ ଉକ୍ତ ସ୍ଥାନରୁ ଦୌଡି ପଳାଇ ଆସି ନିକଟସ୍ଥ ରୁଙ୍ଗୁଟା ମାଇନ୍ସର ଡମ୍ପିଙ୍ଗୟାର୍ଡ ପାଖରେ ପହଞ୍ଚି ଯିବାରୁ ସେଠାରେ ଉପସ୍ଥିତ କର୍ମଚାରୀମାନେ ତାକୁ ଉଦ୍ଧାର କରି ରୁଙ୍ଗୁଡା ଡାକ୍ତରଖାନା ନେଇ ଚିକିତ୍ସା କରିଥିଲେ ।

ଏହି ହତ୍ୟାକାଣ୍ଡ କ୍ଷିରୋଦର ଜେଜେମା' ରଇବାରୀ ନାଏକ ବାମେବାରୀ ଥାନାରେ ଏତଲା ଦେଇଥିଲେ । ସେହି ଆଧାରରେ ମାମଲା ଚାଲୁ ରହିଥିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Sep 4, 2020, 7:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.