କେନ୍ଦୁଝର: ପୁଣି ଖାକିରେ ଲାଗିଲା କଳଙ୍କ । ମହିଳା ସ୍ଵାସ୍ଥ୍ୟକର୍ମୀଙ୍କୁ ଦୁର୍ବ୍ୟବହାର କରି ପୋଲିସ କନଷ୍ଟେବଳ ଗିରଫ । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଟାଉନ ଥାନା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଏକୁଟିଆ ପାଇ ଜଣେ କାର୍ଯ୍ୟରତ କନଷ୍ଟେବଳ ନିଜର କର୍ତ୍ତବ୍ୟ ଭୁଲି ମହିଳାଙ୍କୁ ଟଣାଉଟରା କରିଥିବା ଅଭିଯୋଗ ହୋଇଛି ।
ଏନେଇ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି । ଅଭିଯୋଗକୁ ଭିତ୍ତି କରି ଟାଉନ ପୋଲିସ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ କରି କୋଟ ଚାଲାଣ କରିଛି । କର୍ମଚାରୀ ଜଣଙ୍କ ହେଲେ ଏପିଆର କନେଷ୍ଟବଳ ପରମେଶ୍ୱର ସେଠୀ । ଏନେଇ କୌଣସି ପୋଲିସ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ