କେନ୍ଦୁଝର: ଜିଲ୍ଲାର ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଦୁଇ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ ମାରିବା ଅଭଯୋଗରେ 3 ଜଣଙ୍କୁ ଗିରଫ କରିଛି ପୋଲିସ । ଡାକ୍ତର ଶୁଭେନ୍ଦୁ ସାଗର ନାଏକଙ୍କ ଅଭିଯୋଗକ୍ରମେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ କନେଷ୍ଟବଳ ଅଛନ୍ତି। ସେ ଦେବଗଡ 4ର୍ଥ ଇଣ୍ଡିଆନ ରିଜର୍ଭ ବାଟାଲିୟନର କନେଷ୍ଟବଳ ଦୁଷ୍ମନ୍ତ ମହାନ୍ତ ବୋଲି ଜଣାପଡିଛନ୍ତି । ଗତକାଲି ସନ୍ଧ୍ୟାରେ ଦୁଷ୍ମନ୍ତଙ୍କ, ବାପା ନବ କିଶୋରଙ୍କ କୂଅରେ ପଡି ମୃତ୍ୟୁ ହୋଇଥିଲା । ପରେ ମୃତଦେହକୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ଶବ ବ୍ୟବଚ୍ଛେଦରେ ଡେରି ହେବାରୁ ନିଜକୁ ସାମ୍ବାଦିକ କହିବା ସହ କାହିଁକି ମୃତଦେହ ବାହାରେ ପକାଇଛ ବୋଲି କହି ଡାକ୍ତରଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏହାସହ ଡାକ୍ତରଙ୍କୁ ମାଡ ମାରିଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି । ଏହି ଘଟଣାରେ ପୋଲିସ, କନେଷ୍ଟବଳ ଦୁଷ୍ମନ୍ତ ସହିତ ତାର ଦୁଇ ସହଯୋଗୀ ଡେବିରି ମହାନ୍ତ ଓ ମଙ୍ଗୁଳୁ ମହାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ