ETV Bharat / state

ଘରୋଇ ଶିକ୍ଷାନୁଷ୍ଠାନର ମନ ଇଚ୍ଛା ଫି ଆଦାୟକୁ କଂଗ୍ରେସର ବିରୋଧ - covid-19

ମହାମାରୀ ସମୟରେ ଲୋକ ଜୀବିକା ହରାଇ ବସିଥିବାବେଳେ ଏପଟେ ମନ ଇଚ୍ଛା ଫି’ ବୃଦ୍ଧି କରିବାରେ ଲାଗିଛି ଘରୋଇ ଶିକ୍ଷାନୁଷ୍ଠାନ । ଏପରି ସ୍ଥିତିରେ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କ ଉପରେ କୋରୋନା ଅପେକ୍ଷା ଆର୍ଥିକ ଚାପ ପଡୁଛି । ଅଧିକ ପଢନ୍ତୁ...

ଘରୋଇ ଶିକ୍ଷାନୁଷ୍ଠାନରେ ମନ ଇଚ୍ଛା ଫି’ରେ ଅଙ୍କୁଶ ଲଗାଇବାକୁ କଂଗ୍ରେସର ଦାବି ପତ୍ର

author img

By

Published : Aug 5, 2020, 2:43 PM IST

କେନ୍ଦୁଝର: ଘରୋଇ ଶିକ୍ଷାନୁଷ୍ଠାନର ମନ ଇଚ୍ଛା ଫି ଆଦାୟ ଉପରେ ଅଙ୍କୁଶ ଲଗାଇବାକୁ ଜିଲ୍ଲା କଂଗ୍ରସ ପକ୍ଷରୁ ଦାବି ପତ୍ର । ଏ ସମ୍ପର୍କରେ ଡିସିସି ତରଫରୁ ଜିଲ୍ଲାପାଳଙ୍କ ଠାରେ ଏ ଦାବି ପତ୍ର ପ୍ରଦାନ କରାଯାଇଛି ।

ଘରୋଇ ଶିକ୍ଷାନୁଷ୍ଠାନରେ ମନ ଇଚ୍ଛା ଫି’ରେ ଅଙ୍କୁଶ ଲଗାଇବାକୁ କଂଗ୍ରେସର ଦାବି ପତ୍ର
ଘରୋଇ ଶିକ୍ଷାନୁଷ୍ଠାନରେ ମନ ଇଚ୍ଛା ଫି’ରେ ଅଙ୍କୁଶ ଲଗାଇବାକୁ କଂଗ୍ରେସର ଦାବି ପତ୍ର

ଦୀର୍ଘ 5 ମାସ ହେବ ଲୋକେ କୋରୋନା ପାଇଁ କାମଧନ୍ଦା ହରାଇବା ସହ ନାନାଦି ଆର୍ଥିକ ସଙ୍କଟରେ ସମ୍ମୁଖୀନ ହେଉଛନ୍ତି । ମାର୍ଚ୍ଚ ମାସ ଠାରୁ ଛାତ୍ରଛାତ୍ରୀ ବିଦ୍ୟାଳୟ ବା ମହାବିଦ୍ୟାଳୟ ମାଡି ନାହାଁନ୍ତି । ଏଭଳି ସ୍ଥିତିରେ ମାସେ ଦେଢ଼ ମାସ ହେବ ସ୍କୁଲ ଗୁଡିକରେ ଅନଲାଇନ ଶିକ୍ଷା ଦିଆଯାଉଛି ।

ସେପଟେ, ପ୍ରାୟ 60 ଭାଗ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ କିମ୍ବା ଲାପଟପ ନାହିଁ । ତେଣୁ ଅନଲାଇନ ଶିକ୍ଷା ଫଳପ୍ରଦ ହେଉନଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ଏପରି ସ୍ଥିତି ଘରୋଇ ଶିକ୍ଷାଅନୁଷ୍ଠାନ ଗୁଡିକ ସରକାରୀ ତାଗିଦକୁ ବେଖାତିର କରି ମାସକୁ ମାସ ମନଇଚ୍ଛା ଫି ଦାଖଲ କରିବାକୁ ବାଧ୍ୟ କରୁଛନ୍ତି ।

ଯାହାକୁ ନେଇ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ଉପରେ କୋରୋନା ମହାମାରୀ ଚାପ ସାଙ୍ଗକୁ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକର ଆର୍ଥିକ ଚାପ କଷ୍ଟ ଦାୟକ ହେଉଛି । ତେଣୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଗୁଡିକ ଅନ୍ତତଃ 4 ମାସର ଫି’ ଛାଡ କରିବା ସହ ମନ ଇଚ୍ଛା ଫି’ ଆଦାୟ ଉପରେ ଅଙ୍କୁଶ ଲଗାଇବାକୁ ଦାବି ପତ୍ରରେ ଜଣାଇଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର ସମେତ ବହୁ କଂଗ୍ରେସ ନେତା ତଥା କର୍ମୀ ଉପସ୍ଥିତ ଥିଲେ ।

କେନ୍ଦୁଝରର ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.