କେନ୍ଦୁଝର: କୋରୋନା ମହାମାରୀ ସାରା ବିଶ୍ବରେ କାୟା ବିସ୍ତାର କରି ଚାଲୁଥିବା ବେଳେ ରାଜ୍ୟ ଓ ଜିଲ୍ଲାବାସୀ ମଧ୍ୟ ଏହି ମହାମାରୀ କବଳରୁ ମୁକ୍ତି ପାଇପାରି ନାହାନ୍ତି । ସାରା ଦେଶ ଓ ରାଜ୍ୟରେ ଦୀର୍ଘ ୬୮ ଦିନ ଲକଡାଉନ ହେବାପରେ ଜୀବନ ଯାତ୍ରା ସହ ବ୍ୟବସାୟୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଏହାସହ ଆର୍ଥିକ ସ୍ଥିତି ମଧ୍ୟ ଦୋହଲି ଯାଇଛି। ଏଭଳି ପରିସ୍ଥିତିରେ କେନ୍ଦୁଝର ଗଡ଼ ପୌରପାଳିକା ପକ୍ଷରୁ ପୌରାଞ୍ଚଳରେ ଵସବାସ କରୁଥିବା ଜନସାଧାରଣ ଉପରେ ହୋଲଡିଂ ଟ୍ୟାକ୍ସ, ୟୁଜର୍ସ ଫି ଓ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ଉପରେ ଟ୍ରେଡ଼ ଲାଇସେନ୍ସ ଫି ଜବରଦସ୍ତି ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି ।
ଏହି ଟ୍ୟାକ୍ସ ଆଦାୟ ପୌରାଞ୍ଚଳବାସୀଙ୍କ ଉପରେ ବୋଝ ଉପରେ ଲଳିତା ବିଡ଼ା ସଦୃଶ୍ୟ ହୋଇଛି । ଏନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଯଦି ଜିଲ୍ଲା ଖଣିଜ ପାଣ୍ଠିରୁ ହୋଇପାରୁଛି ଉଜର୍ସ ଫିକୁ ମଧ୍ୟ ଉକ୍ତ ଫଣ୍ଡରୁ ଭରଣା କରିବା ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ