କେନ୍ଦୁଝର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚତୁର୍ଥ ପର୍ଯ୍ୟାୟରେ ଆଜି (ଶନିବାର) ଜିଲ୍ଲାର ୪୫ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପଣ କରିଛନ୍ତି । ଏହାସହିତ ଜିଲ୍ଲାରେ ରୂପାନ୍ତରିତ ହାଇସ୍କୁଲ ସଂଖ୍ୟା ୩୪୭ ସଂଖ୍ୟାରେ ପହଞ୍ଚିଛି । ବିଦ୍ୟାଳୟମାନଙ୍କରେ ସ୍ମାର୍ଟ କ୍ଲାସ୍ ରୁମ୍, କମ୍ପ୍ୟୁଟରର ସୁବିଧା କରାଯାଇଛି । ଏନେଇ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।
୫ଟି ଅଧ୍ୟକ୍ଷ ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟସ୍ତରୀୟ ଲୋକାର୍ପଣ ସମାରୋହରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଉଦବୋଧନ ଦେଇ କହିଥିଲେ, "ବର୍ତ୍ତମାନ ଓଡିଶାରେ ରୂପାନ୍ତରଣର ଯୁଗ ଚାଲିଛି । ସ୍କୁଲ, କଲେଜଠାରୁ ଆରମ୍ଭ କରି ହସ୍ପିଟାଲ, ପର୍ଯ୍ୟଟନ କ୍ଷେତ୍ର, ମନ୍ଦିର, ପଞ୍ଚାୟତ, ଗାଁ ସବୁ ସ୍ତରରେ ରୂପାନ୍ତର ରାସ୍ତା ପ୍ରସ୍ତୁତ କରୁଛି । ଏସବୁ ରୂପାନ୍ତର କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେଉଛି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ । କାରଣ ସ୍କୁଲରୁ ହିଁ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୋଇଥାଏ । ଶିକ୍ଷା ଆମ ସମାଜର ସାମୁହିକ ଚିନ୍ତାଧାରାକୁ ଉଚ୍ଚସ୍ତରକୁ ନେଇଥାଏ । ସ୍କୁଲ ରୂପାନ୍ତର ଓଡିଆ ଜାତିର ଉନ୍ନତି ଓ ପ୍ରଗତି କ୍ଷେତ୍ରରେ ଆଗାମୀ ଦିନରେ ମୁଖ୍ୟ ଭୂମିକା ଗ୍ରହଣ କରିବ ।"
ଏହା ବି ପଢନ୍ତୁ- ୪ର୍ଥ ପର୍ଯ୍ୟାୟରେ ଲୋକାର୍ପିତ ହେଲା ଢେଙ୍କାନାଳର ୬୩ଟି ରୂପାନ୍ତରିତ ହାଇସ୍କୁଲ
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, "୫T ଉପକ୍ରମରେ ଏହି ରୂପାନ୍ତର କାର୍ଯ୍ୟକ୍ରମରେ ୫ଟିର ପ୍ରୟୋଗ କରାଯାଉଛି । ଟେକ୍ନୋଲୋଜି, ଟିମୱାର୍କ, ଟ୍ରାନ୍ସପରେନ୍ସି ଓ ଟ୍ରାନ୍ସମିଶନକୁ ଗୁରୁତ୍ବ ଦିଆଯାଇଛି । ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ୍, କମ୍ପ୍ୟୁଟରର ସୁବିଧା କରାଯାଇଛି । ଟିମୱାର୍କ ଜରିଆରେ ସମସ୍ତେ ମିଳିମିଶି କାମ କରୁଛନ୍ତି । ସମସ୍ତଙ୍କ ସହ ଆଲୋଚନା ଜରିଆରେ ସବୁକାମ ସ୍ଵଚ୍ଛତାର ସହ କରାଯାଉଛି । ସରକାରୀ ସ୍କୁଲର ପିଲାମାନଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂରେ ୧୫ ପ୍ରତିଶତ ସଂରକ୍ଷଣ କରାଯାଇଛି । ସରକାରୀ ସ୍କୁଲମାନଙ୍କରେ ପିଲାମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ବହୁ ଉନ୍ନତି ଆସିଛି । ଏବେ ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ପିଲା ଓ ଅଭିଭାବକମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ପିଲାମାନେ ୫-ଟି ନୀତିକୁ ନିଜ ଜୀବନରେ ଗ୍ରହଣ କର, ଯାହାକି ସଫଳତା ଦେବ ।"
ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲା ସମେତ ଅନ୍ୟ ୫ଟି ଜିଲ୍ଲା ଯଥା ମାଲକାନଗିରି, ବାଲେଶ୍ଵର, ଗଜପତି, ଢେଙ୍କାନାଳ, କଟକ ଜିଲ୍ଲାର ମୋଟ ୩୬ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପଣ କରିଛନ୍ତି । ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଇଟିଭି ଭାରତ, କେନ୍ଦୁଝର