ETV Bharat / state

ଛଟେଇ ଖଣି ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବିରେ ସିଆଇଟିୟୁର ବିକ୍ଷୋଭ

author img

By

Published : Jun 22, 2020, 1:31 PM IST

ଛଟେଇ ଖଣି ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବି ନେଇ ସିଆଇଟିୟୁର ବିକ୍ଷୋଭ । ଜିଲ୍ଲାପାଳଙ୍କୁ ଏକ ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ । ଅଧିକ ପଢନ୍ତୁ...

CITU protests in kendhujhar
ଛଟେଇ ଖଣି ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବିରେ ସିଆଇଟିୟୁର ବିକ୍ଷୋଭ

କେନ୍ଦୁଝର: ବନ୍ଦ ଖଣି ଗୁଡ଼ିକୁ ତୁରନ୍ତ ଚାଲୁ କରିବା ସହ ଖଣି ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବି ଜୋର ଧରିଛି । ଏନେଇ ସିଆଇଟିୟୁ ଅନୁବନ୍ଧିତ କେନ୍ଦୁଝର ମାଇନିଂ ୱାର୍କର୍ସ ୟୁନିଅନ ପକ୍ଷରୁ ଶତାଧିକ ଖଣି ଶ୍ରମିକ ବଡ଼ବିଲ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହ ଏକ ଦାବି ସମ୍ବଳିତ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।

ନୂତନ ଖଣି ନିୟମ ମୁତାବକ ଖଣି ନିଲାମ ପରେ ଯୋଡ଼ା ବ୍ଲକର ପ୍ରାୟ ୧୦ ହଜାର ଶ୍ରମିକ ରୋଜଗାର ହରାଇ ବସିଛନ୍ତି । ପୁରୁଣା ଖଣି ମାଲିକ ଶ୍ରମିକ ମାନଙ୍କୁ ଛଟେଇ କରିବା ସହ ଅନେକଙ୍କୁ କାର୍ଯ୍ୟରୁ ବାହାର କରି ଦେଇଛନ୍ତି । ନିଲାମ ଧରିଥିବା ନୂଆ ଖଣି ମାଲିକ ଏଯାଏଁ ଖଣି କାର୍ଯ୍ୟ ଆରମ୍ଭ କରିପାରିନାହାଁନ୍ତି । ଫଳରେ ମାର୍ଚ୍ଚ ୩୧ ତାରିଖ ପରଠାରୁ ଖଣି ଗୁଡ଼ିକ ଉତ୍ପାଦନ ନିମନ୍ତେ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଏପଟେ, ରୋଜଗାରକୁ ନେଇ ଆଶା ଆଶଙ୍କା ମଧ୍ୟରେ ରହିଛନ୍ତି ହଜାର ହଜାର ଖଣି ଶ୍ରମିକ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.