ETV Bharat / state

ବୁଦା ମୂଳରୁ ନବଜାତ ଶିଶୁ ଉଦ୍ଧାର, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଆନନ୍ଦପୁର କୋଳିମାଟି ପଞ୍ଚାୟତର ନୂଆପଡାରେ ଏକ ବୁଦା ମୂଳରୁ ନବଜାତ ଶିଶୁ ଉଦ୍ଧାର ।

author img

By

Published : Jul 6, 2019, 7:55 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: ବୁଦାମୂଳରୁ ଏକ ନବଜାତ ଶିଶୁ ଉଦ୍ଧାର । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା କୋଳିମାଟି ପଞ୍ଚାୟତର ନୂଆପଡାରେ । ଜଣେ ଅବିବାହିତା ମହିଳା ପୁତ୍ର ସନ୍ତାନକୁ ଜନ୍ମ ଦେଇ ବୁଦା ମୂଳରେ ପରିତ୍ୟକ୍ତ ଅବସ୍ଥାରେ ଛାଡି ଚାଲିଯାଇଥିବା ସନ୍ଦେହ କରାଯାଉଛି । ତେବେ ଶିଶୁଟିକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ସୂଚନାମୁତାବକ, ବୁଦା ମୂଳରୁ ଛୁଆର କାନ୍ଦ ଶୁଣି ଜଣେ ଯୁବକ ବିଜୁ ଯୁବବାହିନୀକୁ ଖବର ଦେଇଥିଲେ । ଏହାପରେ ଯୁବବାହିନୀ ଚାଇଲଡ ଲାଇନକୁ ଖବର ଦେବାପରେ ପରାମର୍ଶ ଅନୁଯାୟୀ ଆଶା ଦିଦିଙ୍କ ସହଯୋଗରେ ଶିଶୁଟିକୁ ଉଦ୍ଧାର କରାଯାଇ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଛି । ଏନେଇ ସ୍ଥାନୀୟ ଜନସାଧାରଣ ଶିଶୁର ମାଆକୁ ଠାବ କରିଥିବାବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ଆନନ୍ଦପୁର
Date-06.07.19
ପରିତ୍ୟକ୍ତ ନବଜାତ ଶିଶୁ ଉଦ୍ଧାର।ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି ପରେ ଚିକିତ୍ସାଧିନ ଅବସ୍ଥାରେ ଶିଶୁ ଟିର ମୃତ୍ୟୁ ଘଟିଛି।
 ଆଙ୍କର-ଆଜି ମଧ୍ୟାନ୍ନ ରେ କୋଳିମାଟି ପଞ୍ଚାୟତ ର ନୂଆପଡା ର ଏକ ପରିତ୍ୟକ୍ତ ସ୍ଥାନରୁ ଜଣେ ଅବିବାହିତା ମହିଳା ପୁତ୍ର ସନ୍ତାନ କୁ ଜନ୍ମ ଦେଇ ବୁଦା ମୂଳରେ ପରିତ୍ୟକ୍ତ ଅବସ୍ଥାରେ ଛାଡି ଚାଲିଯାଇଥିଲେ।ବୁଦା ମୂଳ ରୁ ଛୁଆ ର କାନ୍ଦ ଶୁଣି ଜଣେ ଯୁବକ ବିଜୁ ଯୁବବାହିନୀ କୁ ଖବର ଦେଇଥିଲେ।ବିଜୁ ଯୁବ ବାହିନୀ ର ସଦସ୍ୟ ଚାଇଲଡ଼ ଲାଇନ କୁ ଖବର ଦେବା ପରେ ପରାମର୍ଶ ଅନୁଯାୟୀ ଆଶା ଦିଦି ଙ୍କ ସହଯୋଗ ରେ ଆନନ୍ଦପୁର ଚିକିତ୍ସାଳୟ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯଯାଇଥିଲା ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶିଶୁ ଟିର ମୃତ୍ୟୁ ଘଟିଛି ।ଏଥି ସହିତ ସ୍ଥାନୀୟ ଜନସାଧାରଣ ପରିତ୍ୟକ୍ତ ଶିଶୁର ମା କୁ ଠାବ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.