ଆନନ୍ଦପୁର: ମାଟି ଅତଡା ଖସି ଶିଶୁ ଶ୍ରମିକ ମୃତ । ଏପରି ଅଘଟଣ ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ପଦ୍ମପୁର ଗାଁରେ । ଟ୍ରାକ୍ଟରରେ କାମ କରିବାକୁ ଆସିଥିବା ଜଣେ ଶିଶୁ ଶ୍ରମିକଙ୍କ ଉପରେ ମାଟି ଅତଡା ଖସିବାରୁ ତାର ମୃତ୍ୟୁ ହୋଇଯାଇଛି । ମୃତ ନାବାଳକ ଜଣଙ୍କ ସ୍ଥାନୀୟ ସଡଙ୍ଗ ଗାଁର ମଦନ ହୋଙ୍କ ୧୪ ବର୍ଷୀୟ ପୁଅ ବନମାଳୀ ହୋ ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳୁ ଟ୍ରାକ୍ଟରରେ ଶ୍ରମିକ କାମ କରିବାକୁ ଆସିଥିଲେ ବନମାଳୀ । ଟ୍ରାକ୍ଟରରେ ମାଟି ଲୋଡ଼ ହେଉଥିବାବେଳେ ଅଚାନକ ଲୋଡ଼ ସ୍ଥାନରୁ ମାଟି ଅତଡା ଖସିବାରୁ ଚାପି ହୋଇଯାଇଥିଲେ ବନମାଳୀ । ସ୍ଥାନୀୟ ବାସିନ୍ଦା ତୁରନ୍ତ ସେଠାରୁ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ , ଇଟିଭି ଭାରତ