ETV Bharat / state

ମିନାବଜାରରେ ମନ ମୋହୁଛି ଚୈତନ୍ୟ ଦେବୀ ମଣ୍ଡପ

author img

By

Published : Nov 1, 2022, 8:56 PM IST

କେନ୍ଦୁଝରରେ ଲୋକଙ୍କ ମନ ମୋହିଛି ଚୈତନ୍ୟ ଦେବୀ ମଣ୍ଡପ । ସ୍ଥାନୀୟ କାଳି ପଡିଆରେ ଚାରିଦିନ ହେବ ମିନା ବଜାରର ମଜା ନେଉଛନ୍ତି ଜିଲ୍ଲାବାସୀ । ଅଧିକ ପଢନ୍ତୁ

ମିନାବଜାରରେ ମନ ମୋହୁଛି ଚୈତନ୍ୟ ଦେବୀ ମଣ୍ଡପ
ମିନାବଜାରରେ ମନ ମୋହୁଛି ଚୈତନ୍ୟ ଦେବୀ ମଣ୍ଡପ

କେନ୍ଦୁଝର: ଜିଲ୍ଲାର ଏକ ମୁଖ୍ୟ ପର୍ବ କାଳୀପୂଜା ସୁପ୍ରସିଦ୍ଧ । ଏହି କାଳୀପୂଜା ପାଇଁ ସହରର ବିଭିନ୍ନ ସ୍ଥାନରେ କାଳୀଙ୍କ ମେଢ଼ ନିର୍ମାଣ କରାଯାଇଛି । ଏହି ଅବସରରେ କେନ୍ଦୁଝର ସହରରେ ମୁଖ୍ୟ ଆକର୍ଷଣ ହେଉଛି ମିନା ବଜାର । ସ୍ଥାନୀୟ କାଳି ପଡିଆରେ ଚାରିଦିନ ହେବ ମିନା ବଜାରର ମଜା ନେଉଛନ୍ତି ଜିଲ୍ଲାବାସୀ । ଏହି ମିନା ବଜାରରେ ଦୋକାନ ବଜାର ସହ ଲୋକଙ୍କ ମନ ମୋହିଛି ଚୈତନ୍ୟ ଦେବୀ ମଣ୍ଡପ ।

ମିନାବଜାରରେ ମନ ମୋହୁଛି ଚୈତନ୍ୟ ଦେବୀ ମଣ୍ଡପ

ତେବେ ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ କେନ୍ଦୁଝର ଶାଖା ପକ୍ଷରୁ ଏହି ଚୈତନ୍ୟ ଦେବୀ ମଣ୍ଡପ ନିର୍ମାଣ କରାଯାଇଛି । ପ୍ରତିଦିନ ସନ୍ଧ୍ୟାରେ ଏହି ମଣ୍ଡପ ଖୋଳୁଥିବା ବେଳେ ମୁଖ୍ୟ ଆକର୍ଷଣ ହେଉଛି ମାନବ ରୂପୀଦେବୀ ରୂପ । ବ୍ରହ୍ମକୁମାରୀଙ୍କ ଦ୍ଵାରା ମା ଦୁର୍ଗା ଓ ବିଭିନ୍ନ ଦେବାଦେବୀଙ୍କ ଜୀବନ୍ତ ମୂର୍ତ୍ତି ପ୍ରଦର୍ଶନ କରାଯାଉଛି । ଦୀର୍ଘ ସମୟ ଧରି ଆଖିପଲକ ନ ପକାଇ ସ୍ଥିର ଚିତ୍ତରେ ବ୍ରହ୍ମକୁମାରୀ ମାନେ ଏହି ଦେବାଦେବୀଙ୍କ ରୂପ ପ୍ରଦର୍ଶନ କରୁଛନ୍ତି । ଏହି ଜୀବନ୍ତ ମୂର୍ତ୍ତିକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି । ତେବେ ମିନା ବଜାରରେ ଏହି ମଣ୍ଡପ ଦର୍ଶକଙ୍କ ପାଇଁ ବେଶ ଲୋକ ପ୍ରିୟ ହୋଇଛି । ଦର୍ଶକମାନେ ଛିଡା ହୋଇ ଫଟୋ ଉଠାଉଥିବା ଦେଖିବାକୁ ମିଳିଛି । ମନକୁ ସ୍ଥିର କରି କିପରି ଈଶ୍ବରଙ୍କ କାର୍ଯ୍ୟକୁ ସମ୍ପାଦନା କରିହେବ ଏହାହିଁ ଏହି ମଣ୍ଡପର ମୂଳ ଲକ୍ଷ୍ୟ ବୋଲି ବ୍ରହ୍ମକୁମାରୀ ବିଶ୍ବବିଦ୍ୟାଳୟ ପକ୍ଷରୁ ସଞ୍ଚାଳିକା ପ୍ରକାଶ କରିଛନ୍ତି । ଏହା ଛଡା ଏହି ମଣ୍ଡପ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଜୀବନ୍ତ ମୂର୍ତ୍ତି ଦେଖିବାକୁ ମିଳୁଥିବା କହିଛନ୍ତି ଦର୍ଶକ ।

ଏହା ମଧ୍ୟ ପଢନ୍ତୁ - ଭାରତରେ ୫୪ ହଜାରୁ ଅଧିକ ଟ୍ବିଟର୍‌ ଆକାଉଣ୍ଟ ବ୍ୟାନ୍‌

ଏନେଇ କେନ୍ଦୁଝର ବ୍ରହ୍ମକୁମାରୀ ବିଶ୍ବବିଦ୍ୟାଳୟର ସଞ୍ଚାଳିକା ବ୍ରହ୍ମକୁମାରୀ ବିନ୍ଦୁ କହିଛନ୍ତି, "ଏହି ଚୈତନ୍ୟ ଦେବୀ ରାଜଯୋଗର ଅଭ୍ୟାସ କରିକି ଏକାଗ୍ରତାର ସହିତ କିଭଳି ଭାବରେ ବସି ପାରୁଛନ୍ତି । ବାସ୍ତବରେ ଆମେ ଯେଉଁ ଦେବୀ ଦେଖୁଛେ । ଆମ ମାନଙ୍କ ଭିତରେ ମଧ୍ୟ ସେ ଶକ୍ତି ଅଛି । ସେହି ଶକ୍ତିକୁ ପ୍ରକାଶିତ କରିବା ପାଇଁ ଏହି ପ୍ରଦର୍ଶନୀ କରାଯାଇଛି ।"

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.