ETV Bharat / state

ବ୍ରହ୍ମପୁର ଓ କେନ୍ଦୁଝରରେ ଦୁଇ ଯାନ୍ତ୍ରିକ ମହାବିଦ୍ୟାଳୟରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର - center of excellence

ବ୍ରହ୍ମପୁର ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ଏବଂ କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର । ଅଧିକ ପଢନ୍ତୁ...

center of excellence center will be established at two Technical College of Berhampur & Keonjhar
ବ୍ରହ୍ମପୁର ଓ କେନ୍ଦୁଝରରେ ଦୁଇ ଯାନ୍ତ୍ରିକ ମହାବିଦ୍ୟାଳୟରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର
author img

By

Published : Oct 8, 2021, 10:15 PM IST

ଭୁବନେଶ୍ବର: ବ୍ରହ୍ମପୁର ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ଏବଂ କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର । ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ନେଇ ଆଜି ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ ତିନୋଟି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଏ ନେଇ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଚୁକ୍ତିନାମା ସ୍ବାକ୍ଷର କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ବିଭାଗୀୟ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି ଉପସ୍ଥିତ ଥିଲେ ।

center of excellence  will be established at two Technical College of Berhampur & Keonjhar
ବ୍ରହ୍ମପୁର ଓ କେନ୍ଦୁଝରରେ ଦୁଇ ଯାନ୍ତ୍ରିକ ମହାବିଦ୍ୟାଳୟରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର

ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଲାଗି ଟେକ୍‌ ମହିନ୍ଦ୍ରା ଏବଂ ଡାସୌଲ୍ଟ ସିଷ୍ଟମ୍ସ ଇଣ୍ଡିଆ ସହ ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଖୁସି ଜାହିର କରିଛନ୍ତି । ଏହି ଉତ୍କର୍ଷ କେନ୍ଦ୍ରଗୁଡିକ ରାଜ୍ୟର ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଆହୁରି ଆଗେଇ ନେବା ସହ ଏକ ନୂତନ ଦିଗନ୍ତ ପ୍ରଦାନ କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଉତ୍କର୍ଷ କେନ୍ଦ୍ରଗୁଡିକ ଶିକ୍ଷାର୍ଥୀମାନଙ୍କୁ ନୂତନ ଜ୍ଞାନକୌଶଳ ଶିଖିବା ସହ ଉନ୍ନତମାନର ପ୍ରଶିକ୍ଷଣ ପାଇବାରେ ସାହାଯ୍ୟ କରିବ । ରାଜ୍ୟର ଟାଲେଣ୍ଟ ପୁଲ୍‌କୁ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି । ଏହି ଉତ୍କର୍ଷ କେନ୍ଦ୍ର ସ୍ଥାପନ ଦ୍ବାରା ରାଜ୍ୟର ସ୍କିଲ ଇକୋ ସିଷ୍ଟମର ବୃଦ୍ଧି ହେବ ।

ଏହା ସହ ସ୍କିଲ ଇନ ଓଡିଶା ବ୍ରାଣ୍ଡ୍‌କୁ ବିଶ୍ବସ୍ତରରେ ପହଞ୍ଚାଇବାରେ ସାହାଯ୍ୟ କରିବ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି । ଦକ୍ଷତା ବିକାଶ କ୍ଷେତ୍ରରେ ଓଡିଶା ଦେଶର ପ୍ରମୁଖ ରାଜ୍ୟ ଭାବେ ଉଭା ହେବ । ଏହା ସହ ପରବର୍ତ୍ତୀ କାଳରେ ସାଇବର ସିକ୍ୟୁରିଟି ଏବଂ କ୍ଲାଉଡ୍‌ କମ୍ପ୍ୟୁଟିଙ୍ଗ୍‌ ମାଧ୍ୟମରେ ବହୁତ ସାରା ତଥ୍ୟ ସୁରକ୍ଷିତ କରିପାରିବ । ଭିସି ଜରିଆରେ ଯୋଗ ଦେଇ ଟେକ୍‌ ମହିନ୍ଦ୍ରାର ସିଇଓ ସି ପି ଗୁରୁନାନୀ କହିଛନ୍ତି । ସେହିପରି ଫ୍ରାନ୍ସରୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଡାସୌଲ୍ଟ ସିଷ୍ଟମ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମିସେଲ୍‌ ଏଶ୍‌ । ସେ କହିଛନ୍ତି ଯେ ତାଙ୍କ ସଂସ୍ଥା ଓଡିଶାରେ ଖଣି ଏବଂ ଖଣିଜ ସଂପଦର କାରବାରକୁ ସ୍ବୟଂଚାଳିତ କରିବା ପାଇଁ ବୈଷୟିକ ସହାୟତା ପ୍ରଦାନ କରିବ ।

ଏହା ସହ ସମସ୍ତ ପ୍ରଣାଳୀକୁ ପରିବେଶ ଅନୁକୁଳ କରିବାରେ ସାହାଯ୍ୟ କରିବ । ପିଏମଇସି ବ୍ରହ୍ମପୁରରେ କ୍ଲାଉଡ୍ କମ୍ପ୍ୟୁଟିଂ ଏବଂ ସାଇବର୍‌ ସୁରକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ପିଏମଇସି ବ୍ରହ୍ମପୁର, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ଏବଂ ଟେକ୍‌ ମହିନ୍ଦ୍ରା ମଧ୍ୟରେ ପ୍ରଥମ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ଏହି ବୁଝାମଣା ପତ୍ରରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବ ବିଦ୍ୟାଳୟର ରେଜିଷ୍ଟ୍ରାର ହିମାଂଶୁ ଶେଖର ବେହେରା, ପିଏମଇସି ଅଧ୍ୟକ୍ଷ ରଞ୍ଜନ କୁମାର ସ୍ବାଇଁ ଏବଂ ଟେକ୍‌ ମହିନ୍ଦ୍ରା ବରିଷ୍ଠ ଉପ ସଭାପତି ବି କେ ମିଶ୍ର ସ୍ବାକ୍ଷର କରିଛନ୍ତି । ପିଏମଇସି ବ୍ରହ୍ମପୁରରେ ଏରୋସ୍ପେସ୍, ଅଟୋମୋବାଇଲ୍, ପ୍ରତିରକ୍ଷା ଏବଂ ଏହାର ସହଯୋଗୀ କ୍ଷେତ୍ରରେ ସେବା ଯୋଗାଇବା ପାଇଁ ଉତ୍କର୍ଷ କେନ୍ଦ୍ର ସ୍ଥାପନ ନେଇ ପିଏମଇସି, ବିପିୟୁଟି ଏବଂ ଗ୍ରାମ ତରଙ୍ଗ ଏମ୍ପ୍ଲୟବିଲିଟି ଟ୍ରେନିଂ (ଜିଟିଇଟି) ମଧ୍ୟରେ ଦ୍ବିତୀୟ ଚୁକ୍ତିନାମାଟି ସ୍ବାକ୍ଷର କରାଯାଇଛି ।

ଏହି ଚୁକ୍ତିନାମାରେ ବିପିୟୁଟି ରେଜିଷ୍ଟ୍ରାର ହିମାଂଶୁ ଶେଖର ବେହେରା, ପିଏମଇସି ଅଧ୍ୟକ୍ଷ ରଞ୍ଜନ କୁମାର ସ୍ବାଇଁ ଏବଂ ଜିଟିଇଟିର ପରିଚାଳନା ନିର୍ଦ୍ଦେଶକ ଅଭିନବ ମଦନଙ୍କ ସ୍ବାକ୍ଷର କରିଛନ୍ତି । ଏହି କେନ୍ଦ୍ରରେ ପ୍ରଶିକ୍ଷାର୍ଥୀମାନଙ୍କୁ ଏରୋସ୍ପେସ୍ ଏବଂ ପ୍ରତିରକ୍ଷା, ପରିବହନ, ଶିଳ୍ପ ଉପକରଣ, ଉତ୍ପାଦ ଇଞ୍ଜିନିୟରିଂ ସହ ଶିଳ୍ପ ୪.୦ ଏବଂ ଜୀବନ ଚକ୍ର ପରିଚାଳନାର ଥ୍ରୀଡି ଅଭିଜ୍ଞତା ଭଳି ଉନ୍ନତମାନର ତାଲିମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

କେନ୍ଦୁଝର ଜିଇସିରେ ଖଣି ଏବଂ ଏହା ସମ୍ବନ୍ଧୀୟ କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ ପାଇଁ ଜିଇସି କେନ୍ଦୁଝର, ଜିଟିଇଟି ଏବଂ ଡାସୌଲ୍ଟ ସିଷ୍ଟମ୍ସ ମଧ୍ୟରେ ତୃତୀୟ ଚୁକ୍ତିନାମା ହୋଇଛି । ଏହି ଚୁକ୍ତିନାମାକୁ କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର ଅଧ୍ୟକ୍ଷ ତ୍ରିଲୋଚନ ସାହୁ, ଡାସୌଲ୍ଟ ସିଷ୍ଟମ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଦୀପକ ଏନ୍‌ଜି ଏବଂ ଜିଟିଇଟିର ପରିଚାଳନା ନିର୍ଦ୍ଦେଶକ ଅଭିନବ ମଦନଙ୍କ ମଧ୍ୟରେ ସ୍ବାକ୍ଷର ହୋଇଛି । ଓଏସଏମଇ କେନ୍ଦୁଝର ଏବଂ ଯାଜପୁର ଓ ଦେବଗଡ ସରକାରୀ ପଲିଟେକ୍‌ନିକ୍‌ରେ ମଧ୍ୟ ଏଭଳି କେନ୍ଦ୍ର ସ୍ଥାପିତ ହେବ । ଏହି କେନ୍ଦ୍ର କେନ୍ଦୁଝର-ସୁନ୍ଦରଗଡ ଅଞ୍ଚଳରେ ଅବସ୍ଥିତ ଖଣି ଏବଂ ଖଣି ଶିଳ୍ପକୁ ମଧ୍ୟ ପରାମର୍ଶ ପ୍ରଦାନ କରିବାରେ ସକ୍ଷମ ହେବ । ଜିଲ୍ଲା ଖଣିଜ ପାଣ୍ଠି ଅଧୀନରେ ଏହି ଉତ୍କର୍ଷ କେନ୍ଦ୍ରକୁ ଅର୍ଥ ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି |ଏହି ଚୁକ୍ତିନାମା ସ୍ବାକ୍ଷର କାର୍ଯ୍ୟକ୍ରମରେ ଏସ୍‌ଡିଟିଇ ଯୁଗ୍ମ ସଚିବ ଅଜୟ ନାୟକ, ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ୍‌ର ଅଧ୍ୟକ୍ଷ ପଦ୍ମଶ୍ରୀ କୋଟା ହରିନାରାୟଣ, କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ଡି ଡି ମିଶ୍ର, ଅତିରିକ୍ତ ସଚିବ ସୁଦର୍ଶନ ପଣ୍ଡା ଓ ଗ୍ଲୋବାଲ୍ ହେଡ୍ ଏବଂ ଏସଭିପି ଟେକ୍ ମହିନ୍ଦ୍ରା ରାଜେଶ ଡୁଡୁ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.