ETV Bharat / state

କେନ୍ଦୁଝର ବନଖଣ୍ଡରେ ବନ୍ୟପ୍ରାଣୀଙ୍କୁ ଜଗିବ କ୍ୟାମେରା

କେନ୍ଦୁଝର ବନଖଣ୍ଡ ଜଗିବ କ୍ୟାମେରା । ବନଖଣ୍ଡର ୭ଟି ରେଞ୍ଜରେ ପ୍ରଥମ ପର୍ଯ୍ୟାୟରେ ୨୪ ଟି ସ୍ଥାନରେ ସିସିଟିଭି ଲଗାଇବା ବ୍ୟବସ୍ଥା କରିଛି । ଅଧିକ ପଢନ୍ତୁ...

author img

By

Published : Nov 9, 2021, 1:14 PM IST

ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କୁ ଜଗିବ ସିସିଟିଭି
ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କୁ ଜଗିବ ସିସିଟିଭି

କେନ୍ଦୁଝର: ଜଙ୍ଗଲ ଜଗିବ କ୍ୟାମେରା । କେନ୍ଦୁଝର ବନଖଣ୍ଡରେ ପ୍ରତିଦିନ ଶହ ଶହରୁ ଉର୍ଦ୍ଧ୍ବ ହାତୀ ଯାତାୟାତ କରୁଛନ୍ତି । ଫଳରେ ଜଙ୍ଗଲ ବିଭାଗକୁ ନାକେଦମ ହେବାକୁ ପଡୁଛି। ଅନେକ ସମୟରେ ହାତୀ ମଣିଷ ଲଢେଇରେ କେତେବେଳେ ହାତୀ ତ କେତେବେଳେ ମଣିଷଙ୍କୁ ବହୁମୂଲ୍ୟ ଦେବାକୁ ପଡୁଛି । ହାତୀଙ୍କ ଗତିପଥ ଉପରେ ନଜର ରଖିବାକୁ ଏଣିକି ଜଙ୍ଗଲରେ ଲାଗିବ କ୍ୟାମେରା ।

ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କୁ ଜଗିବ ସିସିଟିଭି

ଅଳ୍ପ ସଂଖ୍ୟକ ବନ କର୍ମଚାରୀ ଓ ହାତୀଙ୍କ ଗତିପଥ ଉପରେ ନଜର ରଖିଥିବାବେଳେ କେତେକ ସ୍ଥାନରେ ପଶୁ ଶିକାରୀ ଓ କାଠ ମାଫିଆମାନେ ମାତିଛନ୍ତି । ଏହାର ସୁଯୋଗ ନେଇ ବନ୍ୟପ୍ରାଣୀ ଶିକାର ଓ କାଠ ଚୋରି ଅବାଧରେ କରୁଛନ୍ତି । କେଉଁଠି ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ବ୍ୟବହାର କରି ବନ୍ୟପ୍ରାଣୀ ଶିକାର କରାଯାଉଛି । ଏଥିପାଇଁ କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜରେ ପ୍ରଥମ ପର୍ଯ୍ୟାୟରେ ୨୪ ଟି ସ୍ଥାନରେ ସିସିଟିଭି ଲାଗାଇବା ବ୍ୟବସ୍ଥା କରିଛି । ପାଟଣା ରେଞ୍ଜ, ଘଟଗାଁ ରେଞ୍ଜ, ତେଲକୋଇ ରେଞ୍ଜ, ବିଜେପି ରେଞ୍ଜ, ଚମ୍ପୁଆ ରେଞ୍ଜ, ବଡବିଲ ରେଞ୍ଜ ଓ କେନ୍ଦୁଝର ରେଞ୍ଜକୁ ଏଥିପାଇଁ ଚିହ୍ନଟ କରାଯାଇଛି ।

ପ୍ରତି ୭ ଦିନର ରେକର୍ଡ ରଖିବା ସହ ସମସ୍ତ ତଥ୍ୟ ପ୍ରଦାନ କରିବ କ୍ୟାମେରା। ଫଳରେ ବନ୍ୟପ୍ରାଣୀଙ୍କ ଗତିପଥ ଉପରେ ନଜର ରଖାଯିବା ସହ ବନ୍ୟପ୍ରାଣୀ ଶିକାରୀ ଓ କାଠ ମାଫିଆଙ୍କ ଗତିପଥ ଉପରେ ମଧ୍ୟ ନଜର ରଖିବ କହିଛନ୍ତି କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.