ETV Bharat / state

ଜାଲ ବିଇଡି ସାର୍ଟିଫିକେଟ ଦେଇ ଚାକିରୀରେ ଥିବା ୧୨ ଶିକ୍ଷକଙ୍କ ନାଁରେ ମାମଲା - ଜାଲ ବିଇଡି ସାର୍ଟିଫିକେଟ

କେନ୍ଦୁଝର ଜିଲ୍ଲାର ୮ଟି ବ୍ଲକର ୧୨ ଜଣ ଶିକ୍ଷକ ଜାଲ ବିଇଡି ସାର୍ଟିଫିକେଟ ଦେଇଥିବା ଜଣାପଡିଛି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲାରେ ଆରମ୍ଭ ହୋଇଥିଲା ଯାଞ୍ଚ । ଅଧିକ ପଢନ୍ତୁ...

ଜାଲ ବିଇଡି ସାର୍ଟିଫିକେଟ ଦେଇ ଚାକିରୀରେ ଥିବା ୧୨ ଶିକ୍ଷକଙ୍କ ନାଁରେ ମାମଲା

author img

By

Published : Sep 2, 2020, 6:32 PM IST

କେନ୍ଦୁଝର: ଜାଲ ବିଇଡି ସାର୍ଟିଫିକେଟ ଦେଇ ଚାକିରୀରେ ଥିବା ୧୨ ଶିକ୍ଷକଙ୍କ ନାଁରେ ରୁଜୁ ହୋଇଛି ମାମଲା । ଗତ ୩ ବର୍ଷ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟ କ୍ରମେ ସର୍ବଶିକ୍ଷା ଅଭିଯାନ ଅଧୀନରେ ଯୋଗ ଦେଇଥିବା କନିଷ୍ଠ ଶିକ୍ଷକ ଯେଉଁ ବିଇଡି ସାର୍ଟିଫିକେଟ ଦାଖଲ କରିଥିଲେ, ତାହା ନକଲି ବୋଲି ଜଣାପଡିଛି ।

ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲାରେ ଆରମ୍ଭ ହୋଇଥିଲା ଯାଞ୍ଚ । ତେବେ ଯାଞ୍ଚ ପରେ କେନ୍ଦୁଝର ଜିଲ୍ଲାର ୮ଟି ବ୍ଲକର ୧୨ ଜଣ ଶିକ୍ଷକ ଜାଲ ବିଇଡି ସାର୍ଟିଫିକେଟ ଦେଇଥିବା ଜଣାପଡିଥିଲା ।

ଜାଲ ବିଇଡି ସାର୍ଟିଫିକେଟ ଦେଇ ଚାକିରୀରେ ଥିବା ୧୨ ଶିକ୍ଷକଙ୍କ ନାଁରେ ମାମଲା

ଏହି ଖବର ସାମ୍ନାକୁ ଆସିବା ପରେ ସର୍ବ ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଏହାକୁ ଗୁରୁତର ସହ ନେଇ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଏତଲା ଦେବାକୁ ବିଭିନ୍ନ ବ୍ଲକର ବିଇଓମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଦେଇଛନ୍ତି । ଆଗାମୀ ଦିନରେ ଜିଲ୍ଲାରେ ଥିବା ଅନ୍ୟ ଜାଲ ସାର୍ଟିଫିକେଟ ପ୍ରଦାନ କରିଥିବା ଶିକ୍ଷକଙ୍କ ବିରୋଧରେ ଯାଞ୍ଚ କରାଯିବ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.