ETV Bharat / state

ବୋଲେରୋ ଧକ୍କାରେ ଆଖି ବୁଜିଲେ ଶାଳକ-ଭିଣେଇ

author img

By

Published : Feb 18, 2021, 11:59 AM IST

Updated : Feb 18, 2021, 12:42 PM IST

ନିତ୍ୟକର୍ମ ସାରି ଘରକୁ ଫେରୁଥିବାବେଳେ ଧକ୍କା ଦେଲା ବୋଲେରୋ । ଏକା ସଙ୍ଗେ ଚାଲିଗଲା ଦୁଇଟି ଜୀବନ । ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଶରତ ସାଇ ଗାଁରେ । ଅଧିକ ପଢନ୍ତୁ...

ବୋଲେରୋ ଧକ୍କାରେ ଶଳା ଓ ଭିଣେଇ ମୃତ
ବୋଲେରୋ ଧକ୍କାରେ ଶଳା ଓ ଭିଣେଇ ମୃତ

କେନ୍ଦୁଝର: ବୋଲେରୋ ଧକ୍କାରେ ଆଖି ବୁଜିଲେ ଶାଳକ ଭିଣୋଇ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଶରତ ସାଇ ନିକଟରେ ଏକ ବୋଲେରୋ (OR-05-AM-1713 ) ଧକ୍କା ଦେବା ଫଳରେ ଶାଳକ ଭିଣୋଇଙ୍କର ମୃତ୍ୟୁ ହୋଇଛି ।

ସୂଚନାଅନୁସାରେ,ତାଲଢ଼ି ଗ୍ରାମ ଶରତ ସାହିର ଶିବ ମହାକୁଡ଼ ଓ କାଳିଆ ମହାକୁଡ଼ ସକାଳୁ ନିତ୍ୟକର୍ମ ସାରିବା ପାଇଁ ରାସ୍ତା କଡରେ ଥିବା ଏକ ପୋଖରୀକୁ ଯାଇଥିଲେ । ନିତ୍ୟକର୍ମ ସାରି ଫେରିବା ବେଳେ ତାଙ୍କୁ ପଛରୁ ଏକ ବୋଲେରୋ ଆସି ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇଜଣ ମୃତ୍ୟୁ ହୋଇଥିଲା। ଏକା ସଙ୍ଗେ ଦୁଇଜଣଙ୍କ ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ବୋଲେରୋ ଧକ୍କାରେ ଶଳା ଓ ଭିଣେଇ ମୃତ

ଏଥିରେ ଗ୍ରାମବାସୀ ଉତ୍ତେଜିତ ହୋଇ ରାସ୍ତାକୁ ଅବରୋଧ କରିଥିଲେ । ଘଟଣା ସ୍ଥଳରେ ହରିଚନ୍ଦନପୁର ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ଏହା ସହିତ ପୋଲିସ ମୃତଦେହକୁ ଉଦ୍ଧାର କରି ହରିଚନ୍ଦନପୁର ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

Last Updated : Feb 18, 2021, 12:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.