ଆନନ୍ଦପୁର: ସାରା ଦେଶରେ ଏବେ କୋରୋନାର ଆତଙ୍କ । କୋରୋନା ଦେଶରେ କାୟା ବିସ୍ତାର କରିବା ଦିନଠୁ ରାଜ୍ୟରେ ରକ୍ତର ଅଭାବ ଦେଖାଦେଇଛି । ରକ୍ତ ସଂଗ୍ରହ ପରିମାଣ ହ୍ରାସ ପାଇଛି । ଆଗକୁ ଯେମିତି ରକ୍ତର ଅଭାବ ନହୁଏ, ସେଥିପାଇଁ ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ବ୍ଲକରେ ଓଡିଶା ମୋ ପରିବାର ତରଫରୁ ଜୀବନବିନ୍ଦୁ କର୍ଯ୍ୟକ୍ରମ ହୋଇଛି ।
ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ବ୍ଲକ ଶାଳଣିଆଁ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ପ୍ରାୟ 80ରୁ ଅଧିକ ଯୁବଗୋଷ୍ଠୀ ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରିଛନ୍ତି । ଶିବିରରୁ 138 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । କାହାର ଯେପରି ରକ୍ତର ଅଭାବରୁ ଜୀବନ ନଯିବ, ଏ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ଥାନୀୟ ଆନନ୍ଦପୁର ବିଧାୟକ ଭାଗିରଥି ସେଠି, ଓଡିଶା ମୋ ପରିବାର ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକ ପ୍ରଦୀପ ସାହୁ ଏବଂ ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାରଙ୍କ ସମେତ ଅନେକ ବରିଷ୍ଠ ବ୍ୟକ୍ତି ଯୋଗଦେଇ ଦୀପ ପ୍ରଜ୍ବଳନ କରି ରକ୍ତଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ମକର୍ତ୍ତା ଓ ଯୁବଗୋଷ୍ଠୀ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରୁଥିବାର ଦେଖିବାକୁ ମିଳିଥିଲା । ଆନନ୍ଦପୁର ରକ୍ତ ଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।
ଆନନ୍ଦପୁରରୁ ସ୍ମୁତି ରଞ୍ଜନ ବିହାରୀ, ଇଟିଭି ଭାରତ