କେନ୍ଦୁଝର: ଆଖିକୁ ଟିକେ କମ୍ ଦିଶେ କିନ୍ତୁ କଣ୍ଠରୁ ଝରୁଛି ସୁମଧୁର ସଙ୍ଗୀତ । ବର୍ତ୍ତମାନ ସେ ୟୁଟ୍ୟୁବର ଜଣେ ଷ୍ଟାର । ଓଡିଆ ଆଲବମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଗାୟକ । ଚଳିତ ବର୍ଷରୁ ହିଁ ୟୁଟ୍ୟୁବରେ ‘ଦୋସ୍ତି କୁ ସଲାମ୍’ ଗୀତରେ ଡେବ୍ୟୁ କରି 10ରୁ ଉର୍ଦ୍ଧ୍ବ ଗୀତ ଗାଇସାରିଲେଣି । ହ୍ୟୁମାନ ସାଗରଙ୍କ ସହ ଗୀତ ଗାଇଁ ବେଶ୍ ପ୍ରସଂଶା ସାଉଁଟିଛନ୍ତି ମଧ୍ୟ । ସେ ହେଲେ କେନ୍ଦୁଝର ଜିଲ୍ଲାର ସଦର ବ୍ଲକ୍ ଧୂଡୁରୁପାଳ ଗ୍ରାମର ଉଦୟୀମାନ ଗୀତିକାର ରମେଶ କୁମାର ।
ରମେଶଙ୍କ ଏହି ସଫଳତାରେ ବେଶ ଖୁସି ସଙ୍ଗୀତ ଶିକ୍ଷକ ଓ ସାଥି ଗାୟକ । ଆଗକୁ ଏକ ପ୍ରସିଦ୍ଧ ପ୍ରଚ୍ଛଦପଟ ଗାୟକ ହେବାର ସ୍ବପ୍ନ ରଖିଛନ୍ତି ରମେଶ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ