ETV Bharat / state

କେନ୍ଦୁଝରରେ ଧାନର ଅଭାବୀ ବିକ୍ରିକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ - କେନ୍ଦୁଝରରେ ବିଜେପି ସାମ୍ବାଦିକ ସମ୍ମିଳନୀ

ଧାନର ଅଭାବୀ ବିକ୍ରି ସହ ମଣ୍ଡିରେ ବ୍ୟାପକ ଅବବ୍ୟସ୍ଥାକୁ ନେଇ କେନ୍ଦୁଝରରେ ବିଜେପିର ସାମ୍ବାଦିକ ସମ୍ମିଳନୀ । ସମସ୍ୟାକୁ ନେଇ ଆଗାମୀ ଦିନରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛି ବିଜେପି । ଅଧିକ ପଢନ୍ତୁ...

ନକେଉଁଝରରେ ଧାନର ଅଭାବୀ ବିକ୍ରିକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ
କେଉଁଝରରେ ଧାନର ଅଭାବୀ ବିକ୍ରିକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ
author img

By

Published : Feb 11, 2021, 10:47 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରିଛି । ଧାନର ଅଭାବୀ ବିକ୍ରି ଏବଂ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ଏହି ସାମ୍ବାଦିକ ସମ୍ମିଳନୀ କରାଯାଇଥିବା ଜଣାପଡିଛି । ଧାନ ବିକ୍ରି ସମସ୍ୟାକୁ ନେଇ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛି ବିଜେପି ।

କେଉଁଝରରେ ଧାନର ଅଭାବୀ ବିକ୍ରିକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

ଆନନ୍ଦପୁର ଏବଂ ଘଷିପୁରା ନିର୍ବାଚନ ମଣ୍ଡଳୀର ଚାଷୀ ଧାନକୁ ଉଚିତ ମୂଲ୍ୟରେ ବିକ୍ରି କରିନପାରି ଦଲାଲମାନଙ୍କୁ କମ ଦାମରେ ବିକ୍ରି କରୁଛନ୍ତି । ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା କାରଣରୁ ଚାଷୀ ମଣ୍ଡିରେ ଧାନ ରଖି ରାତି ଅନିଦ୍ରା ହୋଇ ଜଗି ରହୁଛି । ଏହାର ପ୍ରତିବାଦରେ ଆସନ୍ତା ୨୨ ତାରିଖରେ ଆନନ୍ଦପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ସମ୍ମିଳନୀରେ କେନ୍ଦୁଝର ଜିଲ୍ଲା ବିଜେପିର ପୂର୍ବତନ ସଭାପତି ମୂରଲୀ ଶର୍ମା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ୱୀରାଜ କୁଅଁର, ଆଲୋକ ସେଠୀ, ଏବଂ ବିଜେପି ରାଜ୍ୟ ପ୍ରବକ୍ତା ସତ୍ୟବ୍ରତ ପଣ୍ଡା ଏବଂ ଆନନ୍ଦପୁର ଉପଖଣ୍ଡର ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.