ETV Bharat / state

କେନ୍ଦୁଝରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବିଜେପି ଯୁବମୋର୍ଚ୍ଚା - keonjhar

ଦୀର୍ଘ 17 ବର୍ଷ ଶାସନକାଳରେ ରାଜ୍ୟକୁ ଲୁଟି ଥିବା ବିଜେଡିକୁ ଏବେ ଜବାବ ମାଗୁଛି ବିଜେପି । ଭଷ୍ଟ୍ରାଚାର, ପିିସି କାରବାର, ବେକାରୀ ଭଳି ସମସ୍ୟା ରାଜ୍ୟରେ ବୃଦ୍ଧି ପାଉଥିବା ବେଳେ ବିଜେପି ଏହାର ଜବାବ ମାଗୁଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା,
author img

By

Published : Mar 2, 2019, 9:56 PM IST

କେନ୍ଦୁଝର: ଖୁବଶୀଘ୍ର ରାଜ୍ୟରେ ବାଜିବାକୁ ଯାଉଛି ନିର୍ବାଚନୀ ବିଗୁଲ । ସାଧାରଣ ନିର୍ବାଚନକୁ ନେଇ ସଜବାଜ ଉଭୟ ବିରୋଧୀ ଓ ଶାସକ ଦଳ । ବିଭିନ୍ନ ଜିଲ୍ଲା ଗସ୍ତକରି କୋଟି କୋଟି ଟଙ୍କାର ପ୍ରକଳ୍ପର ଭେଟି ଦେଇଚାଲିଛନ୍ତି ରାଜ୍ୟ ସରକାର । ତେଣେ ବିରୋଧୀ ବି ଶାସକ ଦଳକୁ ଗୋଡେ ଗୋଡେ ଟାର୍ଗେଟ କରୁଛି । ଏନେଇ ଶନିବାର କେନ୍ଦୁଝରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

17 ବର୍ଷର ଶାସନ କାଳରେ ଭଷ୍ଟ୍ରାଚାର, ବେକାରୀ, ପିସି କାରବାରକୁ ନେଇ ରାଜ୍ୟବ୍ୟାପି ବିଜେଡିକୁ ଜବାବ ମାଗୁଛି ବିଜେପି । ଜିଲ୍ଲା ବିଜେପି ପକ୍ଷରୁ ଶତାଧିକ କର୍ମୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ମୋଟର ସାଇକେଲ ଯୋଗେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ଶତାଧିକ କର୍ମୀ ଘେରାଉ କରିବା ସହିତ ଏକ ସଭା କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.