ETV Bharat / state

ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଗାଡିକୁ ଅଣ୍ଡା ମାଡ

author img

By

Published : Nov 18, 2021, 12:28 PM IST

Updated : Nov 18, 2021, 2:31 PM IST

ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ସମୟରେ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଗାଡିକୁ ଅଣ୍ଡା ମାଡ । ଅଧିକ ପଢନ୍ତୁ

ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଗାଡିକୁ ଅଣ୍ଡା ମାଡ
ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଗାଡିକୁ ଅଣ୍ଡା ମାଡ

କେନ୍ଦୁଝର: ପୁଣି ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡା ମାଡ । କେନ୍ଦୁଝରରେ ଆଜି ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବା ସମୟରେ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଗାଡିକୁ ଅଣ୍ଡା ମାଡ । ମମିତା ମେହେର ହତ୍ୟା ମାମଲାକୁ ନେଇ ବିଜେପି କର୍ମୀ ଏହି ଅଣ୍ଡା ମାଡ କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଆଜି(ଗୁରୁବାର) କେନ୍ଦୁଝର ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଚାଲିଛି । ଏହି କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗଦେବାକୁ ଯିବା ସମୟରେ ତାଙ୍କ ଗାଡି ଉପରକୁ ଅଣ୍ଡା ମାଡ କରିଛନ୍ତି ବିଜେପି କର୍ମୀ । ସ୍ଥାନୀୟ କାଶୀପୁର ପେଟ୍ରୋଲ ପମ୍ପ ନିକଟରେ ଅଣ୍ଡା ମାଡ଼ କରାଯାଇଥିବା ଜଣାପଡିଛି ।

ତେବେ ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ମାମଲାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ କରି ତାଙ୍କ ଇସ୍ତଫା ଦାବି କରିଛନ୍ତି । ମାତ୍ର ମନ୍ତ୍ରୀ ଦେଢ ମାସ ପରେ ମଧ୍ୟ ଇସ୍ତଫା ଦେଉନଥିବା ଏବଂ ମାମଲାରେ ସିବିଆଇ ତଦନ୍ତ କରାଯାଇ ନ ଥିବାରୁ ଶାସକ ଦଳକୁ ଘେରିଛନ୍ତି ବିଜେପି । ଏହାର ପ୍ରତିବାଦରେ ମଧ୍ୟ ବିରୋଧୀ ବିଭିନ୍ନ ସ୍ଥାନରେ ବିକ୍ଷୋଭ ସହ ମନ୍ତ୍ରୀଙ୍କ ଉପରକୁ ଅଣ୍ଡା ମାଡ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି କେନ୍ଦୁଝର ଯିବା ସମୟରେ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଗାଡି ଉପରକୁ ଅଣ୍ଡା ମାଡ କରିଛନ୍ତି ବିଜେପି ଯୁବ ମୋର୍ଚ୍ଚା । ପୋଲିସ ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ହେମରଞ୍ଜନ ବାରିକଙ୍କୁ ଅଟକ ରଖିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Nov 18, 2021, 2:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.