ETV Bharat / state

ଘଷିପୁରା ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଦାବିପତ୍ର ଦେଲା ବିଜେପି

author img

By

Published : Jun 7, 2023, 10:12 AM IST

ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପ୍ରତ୍ୟକ୍ଷ ତ୍ୱତ୍ତ୍ବାବଧାନରେ ଅଶାନ୍ତ ପରିବେଶ ସୃଷ୍ଟି ହେଉଥିବା ଅଭିଯୋଗ କରିଛି ବିଜେପି । ଅଧିକ ପଢନ୍ତୁ

law and order situation
law and order situation
law and order situation

କେନ୍ଦୁଝର: ଘଷିପୁରା ନିର୍ବାଚନ ମଣ୍ଡଳୀ ଧୀରେ ଧୀରେ ଅଶାନ୍ତ ଆଡ଼କୁ ଗତି କରୁଛି । ନିର୍ଵାଚନ ମଣ୍ଡଳୀର ଶାସକ ବିଜୁ ଜନତା ଦଳର ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପ୍ରତ୍ୟକ୍ଷ ତ୍ୱତ୍ତ୍ବାବଧାନରେ ଏଭଳି ଅଶାନ୍ତ ପରିବେଶ ସୃଷ୍ଟି ହେଉଥିବା ଅଭିଯୋଗ କରିଛି ବିଜେପି । ଏନେଇ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରିଛି ବିଜେପି ପ୍ରତିନିଧି ଦଳ ।

ତେବେ ବଦ୍ରିଙ୍କ ସମର୍ଥକମାନେ ଗତ ୪ ତାରିଖ ଦିନ ଦେଓଗାଁର ଅନୁସୂଚିତ ଜାତିର ଯୁବକ ରାଜୀବ ଲୋଚନ ଜେନାଙ୍କୁ ରେକୁଟିଆ ଠାରେ ଖଣ୍ଡା ଓ ବିଭିନ୍ନ ମାରଣାସ୍ତ୍ର ଦ୍ଵାରା ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ କରିଛି ଦଳ । ଏହି ଆକ୍ରମଣ ଫଳରେ ସେ ବର୍ତ୍ତମାନ କଟକ ଏସସିବିରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି । ଏହାର ପ୍ରତିବାଦରେ ଗତକାଲି ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ)ର ରାଜ୍ୟ ସଭାପତି ମହେଶ୍ଵର ସାହୁଙ୍କ ନେତୃତ୍ଵରେ ଏକ ଟିମ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଥିଲେ । ତାଙ୍କ ସହ ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଞ୍ଜ ପ୍ରସାଦ ସାହୁ, ବିଜେପି ସମବାୟ ସେଲର କେନ୍ଦୁଝର ଜିଲ୍ଲା ସଂଯୋଜକ ଅଜୟ କୁମାର ସାହୁ, ବିଜେପି ଜିଲ୍ଳା କାର୍ଯ୍ୟାଳୟ ସଂପାଦକ ପ୍ରକାଶ ସୂତ୍ରଧର, ବରିଷ୍ଠ ବିଜେପି ନେତା ସୁବ୍ରତ କୁମାର ମହାନ୍ତି ଓ କେନ୍ଦୁଝର ଜିଲ୍ଲା ବିଜେପିର ବରିଷ୍ଠ ନାରୀ ନେତ୍ରୀ ସାବିତ୍ରୀ ବିଶ୍ବାଳ ପ୍ରମୁଖ ଥିଲେ ।

ଏହି ଟିମ କେନ୍ଦୁଝର ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଘଷିପୁରା ଆଇନ ଶୃଙ୍ଖଳା ପରିସ୍ଥିତିର ଅବନତି ଓ ଶାସକ ବିଜେଡି ଦଳର ଗୁଣ୍ଡାରାଜ ପ୍ରତିବାଦରେ ଦାବିପତ୍ର ପ୍ରଦାନ କରିବା ସହିତ ଆଲୋଚନା କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଅପରାଧୀ ମାନଙ୍କୁ ଗିରଫ କରିବା ସହିତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ । ନହେଲେ ଆଗାମୀ ଦିନରେ ବିଜେପି ତରଫରୁ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ପ୍ରତିନିଧି ଦଳ ଚରମ ଚେତାବନୀ ଦେଇଛି । ଏନେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଇନ ଅନୁଯାୟୀ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।

ସୂଚନା ଥାଉକି, ଘଷିପୁରା ନିର୍ଵାଚନ ମଣ୍ଡଳୀରେ ଗତ କିଛି ଦିନ ହେବ ରାଜନୈତିକ ହିଂସା ବୃଦ୍ଧି ପାଉଛି । ଏହି ରାଜନୈତିକ ହିଂସା ପିଛା ଶାସକ ବିଜେଡି ଦଳର ନେତା ପ୍ରତ୍ୟକ୍ଷ ଭାବରେ ଥିବା ବେଳେ ପୋଲିସ ଜାଣିଶୁଣି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ବହୁବାର ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.