ETV Bharat / state

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ବିକ୍ଷୋଭ

author img

By

Published : Feb 15, 2023, 10:29 PM IST

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ କେନ୍ଦୁଝରରେ ଆନ୍ଦୋଳନକୁ ଓହ୍ଲାଇଲା ବିଜେପି । ଅଧିକ ପଢ଼ନ୍ତୁ

କେନ୍ଦୁଝରରେ ବିଜେପିର ବିକ୍ଷୋଭ
bjp protest in keonjhar
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ବିକ୍ଷୋଭ

କେନ୍ଦୁଝର: ଗତ କିଛି ଦିନ ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଏକ ପୋଲିସ ଅଧିକାରୀ ଗୁଳି କରିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ସୁରକ୍ଷାରେ ଥାଇ ମଧ୍ୟ ମନ୍ତ୍ରୀଙ୍କୁ ହତ୍ୟା କରାଯିବା ଘଟଣା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରି କେନ୍ଦୁଝର ଜିଲ୍ଲାରେ ବିଜେପି ରାଜରାସ୍ତାକୁ ଓହ୍ଲାଇଛି ।

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଓ ଏଥି ପଛରେ ମୁଖ୍ୟମନ୍ତ୍ରୀଙ୍କ ଖୋଦ ହାତ ଥିବା ଅଭିଯୋଗ କରିଛି ବିଜେପି । ରାଜ୍ୟରେ ଦିନକୁ ଦିନ ବଳାତ୍କାର, ହତ୍ୟା, ରାହାଜନି ସଂଖ୍ୟା ବୃଦ୍ଧି ପାଉଛି । ଲୋକେ ଏନେଇ ଥାନା ଦ୍ୱାର କାଟି ମାନସିକ ଓ ଶାରୀରିକ ଅଶାନ୍ତି ମଧ୍ୟରେ ଅଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରେ । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ଦାସଙ୍କ ହତ୍ୟା ନେଇ ତୁରନ୍ତ ଇସ୍ତଫା ପ୍ରଦାନ କରନ୍ତୁ ବୋଲି ବିଜେପି ଦାବି କରିଛି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ସାରା ରାଜ୍ୟରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛି । ଏହି କ୍ରମରେ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ମାଣ୍ଡିଆପଲ୍ଲୀ ଦୁର୍ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ପରିବାରକୁ ୩ଲକ୍ଷ ଅନୁକମ୍ପା ସହାୟତା

ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତଙ୍କ ନେତୃତ୍ୱରେ ଏକ ହାଜରରୁ ଉର୍ଦ୍ଧ୍ବ କର୍ମୀ ସ୍ଥାନୀୟ କାଳି ପଡିଆରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯୁବ ମୋର୍ଚ୍ଚା କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାଟକ ଚଢି ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ସେଠାରେ ନିୟୋଜିତ ପୋଲିସ ସହ ଧସ୍ତାଧସ୍ତି ହେବା ସହ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ୨୦୨୪ ପାଇଁ ବିଜେପି ଓ ବିଜେଡିର ଆନ୍ଦୋଳନ ରାଜନୀତି ! ପ୍ରଭାବ ପଡ଼ିବନି କହିଲେ ରାଜନୀତି ସମୀକ୍ଷକ

ରାଜ୍ୟ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ସହ ଜିଲ୍ଲାରେ ପୋଲିସ ପ୍ରଶାସନର ଗୁଣ୍ଡାଗରଦି ନେଇ ନେତାମାନେ ବର୍ଷିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନରେ ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ନମାମି ଗଙ୍ଗେ ରାଜ୍ୟ ସଂଯୋଜକ ମହେଶ୍ବର ସାହୁ, ଯୁବ ମୋର୍ଚ୍ଚା ସଭାପତି ହେମରଞ୍ଜନ ବାରିକ, ମହିଳା ମୋର୍ଚ୍ଚା ସଭାନେତ୍ରୀ ମମିତା ସିଂଙ୍କ ସହ ବହୁ ଜିଲ୍ଲା ସ୍ତରୀୟ ବିଜେପି ନେତା ସାମିଲ ହୋଇଥିଲେ । ଆଗାମୀ ଦିନରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.