ETV Bharat / state

ଦୁଇ ନାବାଳିକା ଅପହରଣ ଘଟଣା: ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏସପି ଅଫିସ ଘେରାଉ

author img

By

Published : Feb 8, 2021, 6:34 PM IST

କେନ୍ଦୁଝର ଜିଲ୍ଲା ତେନ୍ତୁଳିନଣ୍ଡା ଗ୍ରାମର ଦୁଇ ନାବାଳିକା ଅପହରଣ ଘଟଣାରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ସୋମବାର ଏସପି ଅଫିସ ଘେରାଉ କରାଯାଇଛି । ଅଧିକ ପଢନ୍ତୁ...

ଦୁଇ ନାବାଳିକା ଅପହରଣ ଘଟଣା
ଦୁଇ ନାବାଳିକା ଅପହରଣ ଘଟଣା

କେନ୍ଦୁଝର: ଦୁଇ ନାବାଳିକା ଅପହରଣ ଘଟଣାକୁ ନେଇ ମହିଳା ମୋର୍ଚ୍ଚା ପକ୍ଷରୁ ଏସପି ଅଫିସ ଘେରାଉ । କେନ୍ଦୁଝର ଜିଲ୍ଲା ତେନ୍ତୁଳିନଣ୍ଡା ଗ୍ରାମର ଦୁଇ ନାବାଳିକା ଅପହରଣ ଘଟଣାରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ସୋମବାର ଏସପି ଅଫିସ ଘେରାଉ କରାଯାଇଛି।

ଦୁଇ ନାବାଳିକା ଅପହରଣ ଘଟଣା

ଗତ ଜାନୁଆରୀ ମାସ ୧୫ ତାରିଖରୁ ସଦର ବ୍ଲକ ଡିମ୍ବ ପଞ୍ଚାୟତ ଅଧୀନ ତେନ୍ତୁଳିନଣ୍ଡା ଗ୍ରାମର ଦୁଇ ନାବାଳିକା ପୂଜାରାଣୀ ସାହୁ ଏବଂ ପ୍ରିୟଙ୍କା ବେହେରା ଅପହରଣ ହୋଇଛନ୍ତି । ଘଟଣାକୁ ଦୀର୍ଘ ୨୪ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣ‌ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ପୋଲିସର ତଦନ୍ତ ଶିଥିଳ ଅବସ୍ଥାରେ ଥିବା ଉଭୟ ନାବାଳିକାଙ୍କ ପରିବାର ଅଭିଯୋଗ ଆଣିଥିଲେ ମଧ୍ୟ ପୋଲିସ ପ୍ରଶାସନ ଏଥିରେ କର୍ଣ୍ଣପାତ କରୁନାହିଁ । ଏଣୁ ଯଥାଶୀଘ୍ର ନାବାଳିକାଙ୍କୁ ଉଦ୍ଧାର କରିବା, ସମ୍ପୃକ୍ତ ଦୋଷୀ ମାନଙ୍କୁ ଗିରଫ ସହ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦାବି ନେଇ ଆଜି(ସୋମବାର) ବିଜେପି ମହିଳା ମୋର୍ଚ୍ଚା ତରଫରୁ ଶୋଭାଯାତ୍ରାରେ ଆସି ଏସପି ଅଫିସ ଘେରାଉ କରାଯାଇଛି ।

ଏହା ସହିତ ଏସପିଙ୍କୁ ଭେଟି ପୁନଶ୍ଚ ଏନେଇ ପଦକ୍ଷେପ ନେବା ପାଇଁ ଦାବି କରିଯାଇଛି । ଯଦି ତୁରନ୍ତ ଘଟଣାକୁ ନେଇ ପଦକ୍ଷେପ ନିଆନଯାଏ ଆଗାମୀ ୭୨ ଘଣ୍ଟା ପରେ ପୁଣି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି । ଏଥିସହିତ ନିଖୋଜ ନାବାଳିକା ଦ୍ବୟଙ୍କ ମାଆମାନେ ମଧ୍ୟ ତାଙ୍କ ଝିଅ ଦୁଇ ଜଣଙ୍କୁ ନ ପାଇଲେ ଆତ୍ମହୂତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.