ଆନନ୍ଦପୁର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 70ତମ ଜନ୍ମଦିନ । ଏହି ଅବସରରେ ବିଜେପି ପକ୍ଷରୁ ଗତ ୧୪-୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳିତ ହେଉଛି ।
ଏପଟେ ଏହି କ୍ରମରେ ଶାଳବଣୀ ମେଡିକାଲ ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ସେହିପରି ଘଷିପୁରାରେ ଥିବା ଏସିଆରଏମ୍ ଅନାଥ ଆଶ୍ରମରେ ବୟସ୍କ ବ୍ୟକ୍ତିମାନଙ୍କୁ ଫଳ ଓ ଶିଶୁମାନଙ୍କୁ ଶିଶୁ ଖାଦ୍ୟ ବଣ୍ଟନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ , ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁମତି ଜେନାଙ୍କ ସମେତ ବହୁ ବିଜେପି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ