ETV Bharat / state

ମାସ୍କ ବାଣ୍ଟି ବିଜେଡିର କୋରୋନା ଜନ ସଚେତନତା ଅଭିଯାନ - ବିଜେଡିର କୋରୋନା ଜନ ସଚେତନତା ଅଭିଯାନ

କୋରୋନା ସଂକ୍ରମଣରୁ ନିଜକୁ ଦୂରେଇ ରଖିବା ପାଇଁ ମାସ୍କ ବ୍ୟବହାର ନିହାତି ଆବଶ୍ୟକ । ତେବେ ଏଥିଲାଗି ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ କରି ଲୋକଙ୍କୁ ମାସ୍କ ବଣ୍ଟନ କରାଯାଇଛି । ଅଧିକ ପଢନ୍ତୁ...

BJD's Corona Public Awareness Campaign in Keonjhar
ମାସ୍କ ବାଣ୍ଟି ବିଜେଡିର କୋରୋନା ଜନ ସଚେତନତା ଅଭିଯାନ
author img

By

Published : Nov 16, 2020, 5:18 PM IST

କେନ୍ଦୁଝର: ସୋମବାର ଜିଲ୍ଲାର ସହରମାନଙ୍କରେ ବିଜୁ ଜନତା ଦଳ ପକ୍ଷରୁ କୋରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦଳର ଶତାଧିକ କର୍ମୀମାନେ ଯୋଗ ଦେଇ ସହର ପରିକ୍ରମା କରିଥିଲେ ।

ମାସ୍କ ବାଣ୍ଟି ବିଜେଡିର କୋରୋନା ଜନ ସଚେତନତା ଅଭିଯାନ

କୋରୋନା ମହାମାରୀ ସମଗ୍ର ବିଶ୍ବରେ ଚିନ୍ତାର କାରଣ ପାଲଟିଛି । ମହାମାରୀ ଆକ୍ରାନ୍ତ ହୋଇ ଅକାଳରେ ଲୋକମାନେ ମୃତ୍ୟୁବରଣ କରୁଛନ୍ତି । କୋରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ଦେଶରେ ସରକାର ଗାଇଡଲାଇନ ଜାରି କରିବା ସହିତ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି । ଶୀତ ଦିନରେ କୋରୋନାର 2ୟ ଫେଜ ସଂକ୍ରମଣ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ଏହା ପରେ କେନ୍ଦୁଝର ଜିଲ୍ଲାରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ବିଜୁ ଜନତା ଦଳ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିଛି ।

ଏହି କାର୍ଯ୍ୟକ୍ରମରେ ଦଳର ଶତାଧିକ କର୍ମଚାରୀ ଯୋଗ ଦେଇ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ନିକଟରୁ ହାତରେ ମାସ୍କ ଓ ସାନିଟାଇଜର ଧରି ସହର ପରିକ୍ରମା କରିଥିଲେ । ମାସ୍କ ବ୍ୟବହାର କରୁନଥିବା ଲୋକମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ । ଏହି ସଚେତନତା ଅଭିଯାନ ସହ ଦଳ ପକ୍ଷରୁ ରକ୍ତଦାନ ଶିବିର ମଧ୍ୟ ଚାଲୁ ରହିଥିବା ସୂଚନା ମିଳିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.