ETV Bharat / state

ବିଜେଡି ପ୍ରତିନିଧି ଦଳର କୋଭିଡ କେୟାର କେନ୍ଦ୍ର ପରିଦର୍ଶନ - ବିଜେଡି ପ୍ରତିନଧି ଦଳ

କେନ୍ଦୁଝର ଜିଲ୍ଲାରେ ବିଭିନ୍ନ କୋଭିଡ କେୟାର କେନ୍ଦ୍ର ପରିଦର୍ଶନ କଲେ ବିଜେଡି ପ୍ରତିନିଧି ଦଳ । ଅଧିକ ପଢନ୍ତୁ...

ବିଜେଡି ପ୍ରତିନିଧି ଦଳର କୋଭିଡ କେୟାର କେନ୍ଦ୍ର ପରିଦର୍ଶନ

author img

By

Published : May 20, 2021, 12:57 PM IST

କେନ୍ଦୁଝର: ଜିଲ୍ଲାର କୋଭିଡ କେୟାର କେନ୍ଦ୍ର ପରିଦର୍ଶନ କଲେ ବିଜେଡି ପ୍ରତିନଧି ଦଳ । କେନ୍ଦୁଝର ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ଧୃପଦା ନିକଟସ୍ଥ ସରକାରୀ ଇଞ୍ଜିନିୟରିଂ କଲେଜରେ ହୋଇଥିବା କୋଭିଡ କେୟାର କେନ୍ଦ୍ର ପରିଦର୍ଶନ କରିଛନ୍ତି ।

ବିଜେଡି ପ୍ରତିନିଧି ଦଳର କୋଭିଡ କେୟାର କେନ୍ଦ୍ର ପରିଦର୍ଶନ
ବିଜେଡି ପ୍ରତିନିଧି ଦଳର କୋଭିଡ କେୟାର କେନ୍ଦ୍ର ପରିଦର୍ଶନ

ସ୍ୱାସ୍ଥ୍ୟ ଭିତ୍ତିଭୂମି, ରୋଗୀସେବା, ସେମାନଙ୍କ ଖାଦ୍ୟ ଓ ଔଷଧ ଆଦି ବ୍ୟବସ୍ଥା ବିଷୟରେ ବିଜେଡି ପ୍ରତିନିଧି ଦଳ ବୁଝିଛନ୍ତି । ଏଥିସହ ଅକ୍ସିଜେନ ଅଭାବ ନେଇ ଉଠିଥିବା ଗୁଜବ ଘଟଣାରେ ପ୍ରତିନିଧି ଦଳ ସିସିସି ସେଣ୍ଟରର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏପରିକି ଦଳ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇଛନ୍ତି । ଏହାବ୍ୟତୀତ କୋଭିଡ଼ ହସ୍ପିଟାଲ ସମ୍ବନ୍ଧରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି । ଏହି ପ୍ରତିନିଧି ଦଳରେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ରାଜ୍ୟ ଯୁବ ବିଜେଡି ଉପସଭାପତି ସୋମ୍ୟ ଶଙ୍କର ଚକ୍ର ପ୍ରମୁଖ ସାମିଲ ହୋଇଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.