ETV Bharat / state

ଶେଷ ଦିନରେ ବିଜେଡିର ଦମଦାର ପ୍ରଚାର - keunjhar

ସଦର ନିର୍ଵାଚନ ମଣ୍ଡଳୀ ପାଇଁ ମୋଟର ସାଇକେଲ ଶୋଭାଯାତ୍ରା କରି ଦଳୀୟ ପ୍ରଚାର କରୁଛି ବିଜେଡି । ଏଥିରେ ଏକ ହଜାରରୁ ଉର୍ଦ୍ଧ୍ବ ବାଇକ ଆରୋହୀ ସାମିଲ ହୋଇଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Apr 21, 2019, 5:51 PM IST

କେନ୍ଦୁଝର: ରାଜ୍ୟରେ 2 ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ରହିଲା ଆଉ ମାତ୍ର 2 ଦିନ । ତୃତୀୟ ପ୍ରଯ୍ୟାୟ ନିର୍ଵାଚନର ପ୍ରଚାର ପାଇଁ ଆଜି ଥିଲା ଶେଷ ଦିନ । ଏନେଇ ଜୋରସୋରରେ ଚାଲିଛି ପ୍ରଚାର । କେନ୍ଦୁଝର ସହରରେ ପୂର୍ବରୁ ବିଜେପି ଓ କଂଗ୍ରେସ ନିଜର ଦଳୀୟ ପ୍ରଚାର ସାରିଥିବା ବେଳେ ବିଜେଡି ଏଥିରୁ ବାଦ୍‌ ପଡିଥିଲା । ତେବେ ପ୍ରଚାରର ଶେଷ ଦିନରେ ମୋଟର ସାଇକେଲ ଶୋଭାଯାତ୍ରା କରି ଦମ ଦେଖାଇଛି ବିଜେଡି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସଦର ନିର୍ଵାଚନ ମଣ୍ଡଳୀ ପାଇଁ ମୋଟର ସାଇକେଲ ଶୋଭାଯାତ୍ରା କରି ବିଜେଡି ନିଜର ଦଳୀୟ ପ୍ରଚାର କରିଥିଲା । ଏଥିରେ ଏକ ହଜାରରୁ ଉର୍ଦ୍ଧ୍ବ ବାଇକ ସାମିଲ ହୋଇଛି । ସ୍ଥାନୀୟ ପୁରୁଣା ସହରରୁ ଏହି ମେଗା ମୋଟର ସାଇକେଲ ଶୋଭାଯାତ୍ରା ବାହାରି କେନ୍ଦୁଝର ସହର ପରିକ୍ରମା କରି ଝୁମ୍ପୁରା ପର୍ଯ୍ୟନ୍ତ ଯାଇଥିଲା । ତେବେ ଏହି ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥିଲେ ଓଡ଼ିଆ ସିନେ ତାରକା ଶୀତଳ ପାତ୍ର ।

ଏଥିରେ କେନ୍ଦୁଝରର ବିଜେଡି ବିଧାୟକ ପାର୍ଥୀ ମାଧବ ସର୍ଦ୍ଦାର, ସାଂସଦ ପାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କ ସହ ଶହଶହ ଯୁବ ବିଜେଡି କର୍ମୀ ସାମିଲ ହୋଇଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.