ETV Bharat / state

ଓଭରଟେକ୍‌ରୁ ଦୁର୍ଘଟଣା: ସାମ୍ନାରୁ ଆସୁଥିବା ବାଇକକୁ ପିଟିଲା ବସ

ବସ ଡ୍ରାଇଭରଙ୍କ ବେପାରୁଆ ଗାଡ଼ି ଚାଳନା ଫଳରେ ବସ ସହ ବାଇକ ମୁହାଁମୁହିଁ ଧକ୍କା । ଅଳ୍ପକେ ବର୍ତ୍ତିଲା ୩ଜଣ ଯୁବକଙ୍କ ଜୀବନ ।

author img

By

Published : Feb 12, 2019, 9:30 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେଉଁଝର

କେଉଁଝର: ବସ ଡ୍ରାଇଭରଙ୍କ ବେପାରୁଆ ଗାଡ଼ି ଚାଳନା ଫଳରେ ବସ ସହ ବାଇକ ମୁହାଁମୁହିଁ ଧକ୍କା । ଅଳ୍ପକେ ବର୍ତ୍ତିଲା ୩ଜଣ ଯୁବକଙ୍କ ଜୀବନ । ମଙ୍ଗଳବାର (OD - O4E9591 ) ରାଉତ୍‌ ଆଣ୍ଡ ରାଉତ୍‌ ନାମକ ଘରୋଇ ବସଟି ରାଜଧାନୀରୁ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ଯାଜପୁର ଓ କେନ୍ଦୁଝର ଜିଲ୍ଲା ସୀମାନ୍ତରେ ରହିଥିବା ବ୍ରାହ୍ମଣୀପାଳ ବୋର୍ଡର ଛକ ନିକଟରେ ବସ୍‌ଟି ଭୁଲ ରାସ୍ତା ଅତିକ୍ରମ କରି ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିବା ଜଣାପଡିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ବୋର୍ଡର ଛକ ନିକଟରେ ବସଟି ଅଧିକରୁ ଅଧିକ ପାସେଞ୍ଜର ପାଇବା ଲୋଭରେ ଆଉ ଏକ ବସକୁ ଭୁଲ ରାସ୍ତା ଦେଇ ଓଭରଟେକ୍ କରିବାକୁ ଉଦ୍ୟମ କରୁଥିବାରୁ ଏହି ଦୁର୍ଘଟଣା ଘଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେଉଁଝର
undefined

ବସଟି ଦୃତଗତିରେ ବାଇକ୍ ଆଡକୁ ମାଡି ଆସୁଥିବାର ବାଇକ୍ ଚାଳକ ସହ ୨ଜଣ ସାଥି ଦେଖିଥିଲେ । ସଙ୍ଗେସଙ୍ଗେ ପ୍ରାଣ ବିକଳରେ ବାଇକକୁ ଫୋପାଡ଼ି ରାସ୍ତା କଡ଼କୁ ଡେଇଁ ପଡିଯାଇଥିଲେ । ଡେଇଁ ପଡ଼ିବା ଫଳରେ ୩ଜଣଙ୍କ ଜୀବନ ବଞ୍ଚି ଯାଇଛି । ମାତ୍ର ବସଟି ବାଇକ୍ ଉପରେ ଚଢିଯାଇ ଚୁରମାର ହୋଇଯାଇଛି ।

ଖବର ପାଇ ଟମକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସଟିକୁ ଜବତ କରିବା ସହ ଆହତ ୩ଜଣଙ୍କୁ ଚିକିତ୍ସା ନିମନ୍ତେ ଦାନଗଦି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବାସୂଚନା ମିଳିଛି ।

କେନ୍ଦୁଝରରୁ, ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

100 ଊର୍ଦ୍ଧ୍ବ ମେଡିସିନ ଷ୍ଟ୍ରିପ ଜବତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବେଲବାହାଳି ଗ୍ରାମରୁ ଜବତ ହୋଇଛି 100ରୁ ଊର୍ଦ୍ଧ୍ବ ମେଡିସିନ ଷ୍ଟ୍ରିପ । ପ୍ରଥମେ ସ୍ଥାନୀୟ ଲୋକେ ଏକ ଗଛ ତଳେ ପଡିଥିବା ନେଇ ଅତିରିକ୍ତ ଜିଲ୍ଲା ଚିକିତ୍ସାଅଧିକାରୀଙ୍କୁ ସୂଚନା ଦେଇଥିଲେ । ଚିକିତ୍ସାଧିକାରୀଙ୍କ ସୂଚନାକ୍ରମେ ଫକୀରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀ ଆସି ଘଟଣାର ତଦନ୍ତ କରିଛନ୍ତି ।

ଏହି ମେଡିସିନଗୁଡିକ ବିଦ୍ୟାଳୟର ପିଲାମାନଙ୍କୁ ଦେବା ନିମନ୍ତେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏଥିସହ ଏହି ମେଡିସିନ ଗୁଡିକର ଅବଧି ସରିନଥିବାର ମଧ୍ୟ କହିଛନ୍ତି ତଦନ୍ତକାରୀ ।

ସେପଟେ ଏହାର ଉଚ୍ଚସ୍ତରୀୟ ତଦନ୍ତକରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।   

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ନ୍ୟୁଜ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.