କେନ୍ଦୁଝର: ଜିଲ୍ଲାର ଚମ୍ପୁଆ ଥାନା କରଞ୍ଜିଆ ଭାଲୁକା ନାଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗୋଟିଏ ବାଇକରେ ତିନିଜଣ ଯାଉଥିବା ବେଳେ ବସ ସହ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇ ଓ ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ମୃତକ ମାନେ ହେଲେ ଶଶାଙ୍ଗ ଗାଁର ଆକାଶ ମହାକୁଡ଼, ସୁନୀଲ ନାୟକ ଓ ବିଲୁଆ ନାୟକ । ଦୁର୍ଘଟଣା ଏତ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଆକାଶ ଓ ସୁନୀଲଙ୍କ ମୃତ୍ୟୁ ହୋଇଥିଲା । ପରେ ବିଲୁଆକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାକୁ ନିଆଯାଇଥିଲା ।
ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତିନି ସାଙ୍ଗ ଗୋଟିଏ ବାଇକରେ କରଞ୍ଜିଆକୁ ଅପେରା ଟିକଟ ପାଇଁ ଯାଉଥିବା ସମୟରେ ଭାଲୁକା ନାଳ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ବିପରୀତ ଦିଗରୁ ଆସୁଥିବା ବୁଲବୁଲ୍ ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା ବାଇକ୍ । ଦୁର୍ଘଟଣା ପରେ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ