କେନ୍ଦୁଝର: କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡି ଉପରେ ବୋମାମାଡ ହୋଇଥିଲା । ଆଜି ବୈଠକ ସାରି ଫେରୁଥିବାବେଳେ ମଣ୍ଡୁଆ ନିକଟରେ ବିଧାୟକଙ୍କ ଉପରକୁ ବୋମାମାଡ ହୋଇଥିଲା । ଏହାର ପ୍ରତିବାଦରେ ବିଜେପି କର୍ମୀଙ୍କ ପକ୍ଷରୁ ଗାନ୍ଧୀ ଛକରେ ରାସ୍ତାରୋକ କରାଯାଇଥିଲା । ଦୀର୍ଘ ସମୟ ରାସ୍ତାରୋକ ହେବା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ଯଥାଶୀଘ୍ର ଘଟଣାର ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ବିଜେପି କର୍ମୀମାନେ ରାସ୍ତାରୋକରୁ ହଟିଛନ୍ତି ।
ଏହି ଘଟଣା ପଛରେ ବିଜୁ ଯୁବ ଜନତା ଦଳ ରାଜ୍ୟ ଉପ ସଭାପତି ରାଜା ଚକ୍ରଙ୍କୁ ଦାୟୀ କରିଥିଲେ ମୋହନ ମାଝୀ । ତେବେ ଅଭିଯୋଗ ହେବାପରେ ପ୍ରତିକ୍ରିୟା ରଖିଛନ୍ତି ରାଜା ଚକ୍ର । ସେ କହିଛନ୍ତି ଯେ, "ମୁଁ ଏହି ଘଟଣାର ତୀବ୍ର ନିନ୍ଦା କରୁଛି । ଏକ ସଭାରେ ମୁଁ କେବଳ ମୋହନ ମାଝୀଙ୍କ ସଭାସମିତି ଭାଙ୍ଗି ତାଙ୍କ ଅଣ୍ଟା ଭାଙ୍ଗିବା କଥା କହିଥିଲି । ମୋ କଥାର କଦର୍ଥ ବାହାର କରାଯାଉଛି । ପ୍ରକୃତ ତଦନ୍ତ ହେଲେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ । ଏହାଏକ ସ୍ବଚିନ୍ତିତ ଘଟଣା ଭଳି ମନେ ହେଉଛି ।"
ସେପଟେ ଏନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ମୋହନ ମାଝୀ ଏହି ଘଟଣାରେ ବିଜୁ ଯୁବ ଜନତା ଦଳ ରାଜ୍ୟ ଉପ ସଭାପତି ରାଜା ଚକ୍ରଙ୍କୁ ଦାୟୀ କରିଥିଲେ । ଦୀର୍ଘ ସମୟ ରାସ୍ତାରୋକ ହେବା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତଦନ୍ତ ଯଥାଶୀଘ୍ର ତଦନ୍ତ କରି ଦୋଷୀଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ରାସ୍ତାରୋକରୁ ଓହରିଛନ୍ତି ବିଜେପି କର୍ମୀ । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି 2ଟି ବୋମାମାଡ କରିଥିବା ଅଭିଯୋଗ ହୋଇଛି । ବିଧାୟକଙ୍କ ଗାଡି ସାମାନ୍ୟ କ୍ଷତି ହୋଇଥିବା ବେଳେ ବିଧାୟକ ମୋହନ ମାଝୀ ସୁରକ୍ଷିତ ଅଛନ୍ତି ।
-
ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ଆମ ଦଳର ବରିଷ୍ଠ ନେତା ମୋହନ ଚରଣ ମାଝୀଙ୍କ ଉପରେ ବୋମା ମାଡ଼ ଘଟଣାକୁ ମୁଁ ଦୃଢ଼ ନିନ୍ଦା କରୁଛି ।
— Dharmendra Pradhan (@dpradhanbjp) October 10, 2021 " class="align-text-top noRightClick twitterSection" data="
">ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ଆମ ଦଳର ବରିଷ୍ଠ ନେତା ମୋହନ ଚରଣ ମାଝୀଙ୍କ ଉପରେ ବୋମା ମାଡ଼ ଘଟଣାକୁ ମୁଁ ଦୃଢ଼ ନିନ୍ଦା କରୁଛି ।
— Dharmendra Pradhan (@dpradhanbjp) October 10, 2021ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ଆମ ଦଳର ବରିଷ୍ଠ ନେତା ମୋହନ ଚରଣ ମାଝୀଙ୍କ ଉପରେ ବୋମା ମାଡ଼ ଘଟଣାକୁ ମୁଁ ଦୃଢ଼ ନିନ୍ଦା କରୁଛି ।
— Dharmendra Pradhan (@dpradhanbjp) October 10, 2021
ସେପଟେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଟ୍ବିଟ୍ କରି କହିଛନ୍ତି ଯେ "ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ଆମ ଦଳର ବରିଷ୍ଠ ନେତା ମୋହନ ଚରଣ ମାଝୀଙ୍କ ଉପରେ ବୋମା ମାଡ଼ ଘଟଣାକୁ ମୁଁ ଦୃଢ଼ ନିନ୍ଦା କରୁଛି । ସାମାଜିକ ରାଜନୈତିକ ଜୀବନରେ ଥିବା ଜଣେ ଜନପ୍ରତିନିଧିଙ୍କ ଉପରେ ଦିନ ଦ୍ୱିପହରରେ ସର୍ବସାଧାରଣ ଜାଗାରେ ଆକ୍ରମଣ କରାଯିବା ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଏବଂ କେଉଁ ଅବସ୍ଥାରେ ଅଛି, ଏହି ଘଟଣାରୁ ଅନୁମେୟ ହେଉଛି ।"
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ